1. Big News: ଆଦିବାସୀ ସଙ୍ଘର୍ଷ ମୋର୍ଚ୍ଚାର ସାଧାରଣ ବୈଠକ ଅନୁଷ୍ଠିତ

0
70
ଆଦିବାସୀ

ରିପୋର୍ଟ – ବିରଞ୍ଚି ପ୍ରସାଦ ଶତପଥୀ //
ଗୁଣୁପୁର :୨୬/୭/୨୩): ଆଜି ଆଦିବାସୀ ସଂଘର୍ଷ ମୋର୍ଚ୍ଚା (ASM) ତରଫରୁ ରାମନାଗୁଡା ବ୍ଲକ ଗୁଲୁନ୍ତି ପଞ୍ଚାୟତ ଅନ୍ତର୍ଗତ ତାମିଲିଗୁଡା ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ଲକର ବିଭିନ୍ନ ଗ୍ରାମରୁ ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ ।7984165a 5d4b 4fda 84b6 b4a23d7953c5 1. Big News: ଆଦିବାସୀ ସଙ୍ଘର୍ଷ ମୋର୍ଚ୍ଚାର ସାଧାରଣ ବୈଠକ ଅନୁଷ୍ଠିତ

ଏହି ବୈଠକରେ ମୋର୍ଚ୍ଚାର କେନ୍ଦ୍ରୀୟ ନେତା ତ୍ରିପତି ଗମାଙ୍ଗ ଯୋଗ ଦେଇ ଆନ୍ତର୍ଜାତିକ ଆଦିବାସୀ-ଦିବସ ସମ୍ପର୍କରେ ସୂଚନା ଦେବାସହ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଥିଲେ । ଅଗଷ୍ଟ ୯ ତାରିଖରେ ଏହି ଦିବସ ପାଳନ ହେବାକୁ ଯାଉଛି । ଏହି ଅବସରରେ ଗୁଣପୁର ଉପଜିଲ୍ଲାପାଳ ଓ ଫରେଷ୍ଟ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିବା ନେଇ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଗଲା । ସେହିଦିନ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଯୋଗ ଦେଇ ଆନ୍ତର୍ଜାତିକ ଦିବସକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଥିଲା ।