Sunday, August 9, 2020
Home Corona Breaking କୋଦଳା ପୋଲିସ ଦ୍ୱାରା ବିଭିନ୍ନ ରାସ୍ତା ସିଲ୍

କୋଦଳା ପୋଲିସ ଦ୍ୱାରା ବିଭିନ୍ନ ରାସ୍ତା ସିଲ୍

ରିପୋର୍ଟ: ରାକେଶ କୁମାର ମହାରଣା //
କୋଦଳା(୦୩/୦୭): କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି | ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ସମଗ୍ର ଜିଲ୍ଲାରେ ଗାଡି ମୋଟର ବନ୍ଦ ନିମନ୍ତେ ଟ୍ଵିଟ କରି ଜଣାଇଥିଲେ।

ଏହାକୁ ନେଇ ଗଞ୍ଜାମ ଏସପିଙ୍କ ନିର୍ଦେଶ କ୍ରମେ କୋଦଳା ଥାନା ଆଇଆଇସି ଦେବାଶିଷ ମହାନ୍ତିଙ୍କ ନେତୃତ୍ୱରେ ଏସଆଇ ଆରତୀ ପରିଡା,ଅନିଲ କୁମାର ସାହୁ,ଏଏସଆଇ ମହେଶ୍ଵର ବେହେରା, ଏସ ଭାସ୍କର ରାଓଙ୍କ ସମେତ ପ୍ରଶାନ୍ତ ରେଡ୍ଡୀ ଓ ସମସ୍ତ ପୋଲିସ କର୍ମଚାରୀମାନେ ନିୟୋଜିତ ହୋଇ ସମସ୍ତ ପ୍ରବେଶ ପଥକୁ ସମ୍ପୂର୍ଣ୍ଣ ସିଲ୍ କରିଛନ୍ତି। ଏଥି ସହିତ କୋଦଳା, ମଠସରସିଙ୍ଗି, ସବଜେଲ୍ ରୋଡ଼, ବାଦପଲ୍ଲୀ,ଫାସୀ, ଦିଗାପଡା ରୋଡ଼ ଓ କଞ୍ଚଣା ସମେତ ପ୍ରତି ଛକ ମାନଙ୍କରେ ବାଉଁଶ ପୋତାଯାଇ ବ୍ୟାରିକେଟ ନିର୍ମାଣ କରାଯାଇଛି।ଏବଂ ସମସ୍ତ ବାଇକ ଏବଂ କାର ଗୁଡିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। କେବଳ ଜରୁରିକାଳୀନ କର୍ମଚାରୀ,ବ୍ୟାଙ୍କ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଓ ଗଣମାଧ୍ୟମ କର୍ମୀ ମାନଙ୍କୁ ସେମାନଙ୍କ ଆଇ କାର୍ଡ଼ ଦେଖାଇ ଛଡା ଯାଉଛି। ଏତତ୍ ବ୍ୟତୀତ ଯେଉଁମାନେ ଅମାନିଆ ଭବରେ କୌଣସି କାର୍ଯ୍ୟ ନଥାଇ ଘରୁ ବାହାରିଛନ୍ତି ସେମାନଙ୍କ ଠାରୁ ଫାଇନ ଆଦାୟ କରାଯିବା ସହ ପୁଣି ଘରୁ ନ ବାହାରିବା ପାଇଁ ତାଗିଦ କରାଯାଇଛି। ଅନ୍ୟପକ୍ଷରେ ଥାନାଧିକାରୀମାନେ ସେମାନଙ୍କ ଅଞ୍ଚଳରେ ଦିନତମାମ ପାଟ୍ରୋଲିଂ କରୁଛନ୍ତି। ଯେଉଁଠି ଲୋକମାନେ ରୁଣ୍ଡ ହେଉଥିବା ଦେଖିବାକୁ ମିଳୁଛି, ସେମାନଙ୍କୁ ଘଉଡ଼ାଇବା ସହ କଡ଼ା ଚେତାବନୀ ଦିଆଯାଉଛି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: