1. Big News: ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
133
ସ୍ୱାଧୀନତା

ରିପୋର୍ଟ – ବିରଞ୍ଚି ପ୍ରସାଦ ଶତପଥୀ //
ଗୁଣପୁର : ୨୫/୭/୨୩ : ଆଜି ଅପରାହ୍ନ ୪ ଘଟିକା ସମୟରେ ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।678ed3ea 4c39 4879 9a39 f2dacc275e54 1. Big News: ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଏହି ବୈଠକକୁ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲଳିତ କୁମାର କହଁର ଅଧ୍ୟକ୍ଷତା କରିଥିଲେ । ସ୍ୱାଧୀନତା ଦିବସ ଦିନ ଭୋର ୪ : ୩୦ ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରାମଧୁନ ପ୍ରଚାର କରାଯିବ । ୫ : ୩୦ ସମୟରେ ଗୋଷ୍ଠୀ ଶିକ୍ଷା ତାଲିମ କେନ୍ଦ୍ରରୁ ପ୍ରଭାତଫେରି କରାଯିବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ୭ : ୩୦ ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ ଓ ୯ : ୧୫ ସମୟରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରାଯିବ । ଉପ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିବେ ।

ସମୁଦାୟ ୧୮ ଟି ପ୍ୟାରେଡ଼ ଦଳ ଅଂଶ ଗ୍ରହଣ କରିବାକୁ ଥିବା ବେଳେ ଭାରତୀୟ ରିଜର୍ଵ ଫୋର୍ସ, ଭାମିନି ପ୍ୟାରେଡ଼ର ସମ୍ପୂର୍ଣ ଦାୟିତ୍ୱ ଗ୍ରହଣ କରିବେ । ଅଗଷ୍ଟ ୮ ଓ ୯ ଦୁଇଦିନ ଧରି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଗୋଷ୍ଠୀ ଶିକ୍ଷା ତାଲିମ କେନ୍ଦ୍ର ଠାରେ ବକ୍ତୃତା, ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଅଗଷ୍ଟ ୧୧ , ୧୨ ଓ ୧୩ ତିନିଦିନ ମିନି ଷ୍ଟାଡିୟମ ଠାରେ ପ୍ୟାରେଡ଼ର ପୂର୍ବଭ୍ୟାସ କରାଯିବାକୁ ସର୍ବ ସମ୍ମତି କ୍ରମେ ସ୍ଥିର କରାଗଲା ।

ଆଜିର ଏହି ବୈଠକରେ କମାଣ୍ଡାଣ୍ଟ ଶ୍ରୀ ଦୀପକ କୁମାର ଦେହୁରୀ, ତହସିଲଦାର ଶରତ ଚନ୍ଦ୍ର ନାୟକ, ନିର୍ବାହୀ ଅଧିକାରୀ ସତ୍ୟ ସମ୍ପୂର୍ଣ୍ଣା ରାଉତ, ଡେପୁଟି କଲେକ୍ଟର ମଧୁମିତା ପମେଲା କର, ଗୁଣପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଶଶୀ ଭୂଷଣ ମହାନ୍ତି, ଉପଖଣ୍ଡ ଚିକିତ୍ସା ଅଧିକାରୀ ରମେଶ ଚନ୍ଦ୍ର ସାହୁ, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ସୁଜାତା ଦାସ, ଲେଫ୍ଟନାଣ୍ଟ ସୁସ୍ମିତା ବାଉରୀ, ପ୍ରଧାନ ଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ ହେମାନନ୍ଦ ବରିହା, ସାମ୍ବାଦିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ସଂଯୋଜନା କରିଥିବା ବେଳେ ଅନନ୍ତ ପାତ୍ର ସହଯୋଗ କରିଥିଲେ ।