Sunday, September 20, 2020
Home Business & Private ଜେକେ କାଗଜ କଳ ଓ ସ୍ପର୍ଶ ସୋସିଆଲ ଫାଉଣ୍ଡେସନ ଜରିଆରେ ଧାନ ବିହନ ବଣ୍ଟନ

ଜେକେ କାଗଜ କଳ ଓ ସ୍ପର୍ଶ ସୋସିଆଲ ଫାଉଣ୍ଡେସନ ଜରିଆରେ ଧାନ ବିହନ ବଣ୍ଟନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର (ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ଜେ କେ କାଗଜ କଳ ଓ ସ୍ପର୍ଶ ସୋସିଆଲ ଫାଉଣ୍ଡେସନ ଜରିଆରେ ରାୟଗଡ଼ାର ୪୦୦୦ କୃଷକ ମାନଙ୍କୁ ବେୟର ଧାନ ବିହନ ବଣ୍ଟନ।

କୋଲନରା ପଞ୍ଚାୟତ ସମିତି ଅଭ୍ୟର୍ଥନା କକ୍ଷ ଠାରେ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀମାନଙ୍କ ନିମନ୍ତେ ଜେ. କେ କାଗଜ କଳ, ସ୍ପର୍ଶ ସୋସିଆଲ ଫାଉଣ୍ଡେସନ, ବେୟର ଓ ସର୍ବ ସେବା ସମିତି ସଂସ୍ଥାନ ଙ୍କ ମିଳିତ ସହଯୋଗୀତା କ୍ରମେ କୃଷକମାନଙ୍କୁ ମାଗଣା ଧାନ ବିହନ ଓ ବିଶୋଧନ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଅଛି। ଏହି ଉଦଘାଟନ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗଙ୍ଗାଧର ପୁଆଲା, କୋଲନରା ବ୍ଲକର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ତେଜରାଜ ନାଗ, ନାବାର୍ଡର ଡିଡିଏମ୍ ଶ୍ରୀଯୁକ୍ତ ସୁଦ୍ୟୁନ୍ନ ପାଲ୍, ବ୍ଲକ କୃଷି ଅଧିକାରୀ ଶ୍ରୀଯୁକ୍ତ ବୈକୁଣ୍ଠନାଥ ବେହେରା, କୃଷି ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ, କୋଲନରା ସରପଞ୍ଚ ଶ୍ରୀମତୀ ମଞ୍ଜୁଳା ତାଡିଙ୍ଗି, ସ୍ପର୍ଶ ସୋସିଆଲ ଫାଉଣ୍ଡେସନର ପ୍ରବନ୍ଧକ ଓ ରାଜ୍ୟ ମୁଖ୍ୟ ପ୍ରଫେସର ପ୍ରଫୁଲ୍ଲ କୁମାର ଧଳ, ଆସୋସିଏଟ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀଯୁକ୍ତ କିଶୋର କୁମାର ସାହୁଙ୍କ କରକମଳରେ ଉଦଘାଟନ କରାଯାଇଥିଲା। ବେୟର ଧାନ ବିହନ କମ୍ପାନୀ ଓ ସ୍ପର୍ଶ ସୋସିଆଲ ଫାଉଣ୍ଡେସନ ଦ୍ବାରା ପରିଚାଳିତ ଜୀବିକା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ କୋଲନରା, ରାୟଗଡ଼ା, କଲ୍ୟାଣସିଂହପୁର ବ୍ଲକର ୨୫ ଟି ଗ୍ରାମପଞ୍ଚାୟତ ରେ ୨୦୦୦ ଏକର ଜମିରେ ଧାନ ଚାଷ ନିମନ୍ତେ ୪୦୦୦ ଚାଷୀମାନଙ୍କୁ ମାଗଣା ଧାନ ବିହନ ଓ ବିଶୋଧନ ଔଷଧ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଧାନ ୧୨୦ ଦିନରେ ଅମଳ ହୋଇପାରୁଥିବା ଏବଂ ସମତଳ, ଉଚ୍ଚ ଓ ଅଣଜଳସେଚିତ ଜମିରେ ଚାଷ କରାଯାଇପାରିବ ଏବଂ ୩୦ ପ୍ରତିଶତ ଧାନ ଅଧିକ ଉତ୍ପାଦନ ହୋଇପାରିବ। ଧାନ ଚାଷ ନିମନ୍ତେ କୃଷକମାନଙ୍କୁ ଆବଶ୍ୟକ ତାଲିମ ବ୍ୟବସ୍ଥା ସହ ସମସ୍ତ ବୈଷୟିକ ସହଯୋଗ ଯୋଗାଇ ଦିଆଯିବ। ଉକ୍ତ କାର୍ଯ୍ୟକ୍ରମରେ ସ୍ପର୍ଶ ର ଉପ ପ୍ରକଳ୍ପ ଅଧିକାରୀ ଶ୍ରୀ ବିକ୍ରମ କେଶରୀ ପ୍ରଧାନ, ଶ୍ରୀ ରାଜେଶ କୁମାର ବିଶ୍ଵାଳ ସହଯୋଗ କରିଥିଲେ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପଦୋନ୍ନତି

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ ତା୧୯/୯/୨୦): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବନ୍ଧୁଗାଁ ଶିକ୍ଷା ବିଭାଗ କାର୍ଯ୍ୟଳୟର ବିଭିନ୍ନ ସ୍କୁଲର କାର୍ଯ୍ୟରତ ଶିକ୍ଷକଙ୍କ...

ବନ୍ଧୁଗାଁ ବ୍ଲକରେ ନୂତନ ତହସିଲଦାରଙ୍କ ଯୋଗଦାନ

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ ତା୧୯/୯/୨୦): ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ସୀମାଞ୍ଚଳ ପାତ୍ର ଯୋଗ ଦେଇଛନ୍ତି । ସେ ପୁର୍ବେ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଠାରେ ଆଡିସନାଲ ତହସିଲଦାର...

ଉତ୍କଳ ଆଲୁମିନାର (ସିଏସଆର) ଦ୍ୱାରା ୭ଟି ଗାଁରେ ୧୧୮ଗୋଟି ହ୍ୟାଣ୍ଡପମ୍ପ ସ୍ଥାପନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୯/୦୯): ରାୟଗଡା ଜିଲ୍ଲା ଅନ୍ତର୍ଗତ ଟିକିରି ଓ ଆଖପାଖ ଅଞ୍ଚଳ ଗୁଡିକରେ ବିଶୁଦ୍ଧ ପାନୀୟ ଜଳର ବିକଟ ଅଭାବ ପରିଲକ୍ଷିତ ହୋଇଛି ଲ ଏହିପରି ଏକ...

ଆମ୍ଵାଦଳାରେ ଵଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ମୁନିଗୁଡା (୧୯/୯/୨୦): ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ଆମ୍ବାଦଳା ବଡ ହରିଜନ ସାହିରେ ଆଜି ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଜଣେ ଗୁରୁତର ଅବସ୍ଥାରେ...

Recent Comments

%d bloggers like this: