Sunday, August 9, 2020
Home District News ପେନସନ ଯୋଜନାରୁ ବଞ୍ଚିତ ଅଛନ୍ତି ଶତପ୍ରତିଶତ ଦୃଷ୍ଟିହୀନ ସଦନ

ପେନସନ ଯୋଜନାରୁ ବଞ୍ଚିତ ଅଛନ୍ତି ଶତପ୍ରତିଶତ ଦୃଷ୍ଟିହୀନ ସଦନ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୦୩/୦୭): ବୈପାରୀଗୁଡା ବ୍ଲକ ମହୁଲି ପଞ୍ଚାୟତ ଅନ୍ତର୍ଗତ ଲେଞ୍ଜl ଗ୍ରାମର ସୋମନାଥ ଖିଲଙ୍କ ପୁଅ ସଦନ ଖିଲ (୫୨)ଙ୍କ ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି l

ପ୍ରମାଣ ପତ୍ର ଆଇଡ଼ି ନମ୍ବର ୨୯୧୦୨୧୯୬୮୦୦୫୯୩୭୬ ଅନୁଯାୟୀ ଗତ ୨୫ /୦୪ /୨୦୧୮ ତାରିଖ ଦିନ ତାଙ୍କୁ ସରକାରୀ ପକ୍ଷରୁ ପ୍ରଦାନ କରାଯାଇଛି l ଏଥିରେ ଶତକଡା ଶହେ ପ୍ରତିଶତ ଦୃଷ୍ଟିଶକ୍ତି ନଷ୍ଟ ଥିବା ମଧ୍ୟ ଦର୍ଶାଯାଇଛି l ଗତ ୨ ବର୍ଷ ପୂର୍ବେ ପ୍ରଦାନ କରିଥିବା ଏହି ପ୍ରମାଣ ପାତ୍ର କିନ୍ତୁ ଆଜି ପର୍ଯ୍ୟନ୍ତ କାମରେ ଲାଗୁନି l ଯାହା ଫଳରେ ଉକ୍ତ ଦିବ୍ୟାଙ୍ଗ ସରକାରଙ୍କ ସହାୟତାରୁ ବଞ୍ଚିତ ରହିଛନ୍ତି l ପେନସନ ଯୋଜନlରୁ ବଞ୍ଚିତ ଥିବା ଦିବ୍ୟାଙ୍ଗ ସଦନଙ୍କ ୨ ନାବାଳକ ଓ ସ୍ତ୍ରୀ ସୁବର୍ଣ୍ଣ ଖିଲଙ୍କୁ ନେଇ ପରିବାର ଅତି କଷ୍ଟରେ ଜୀବନ ପେନସନ କରୁଛନ୍ତି l ସେ ବହୁ ଦିନ ପୂର୍ବରୁ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ଆବେଦନ କରି ଆସୁଥିବା ବେଳେ ତାଙ୍କ ଦୁଃଖ କେହି ଶୁଣୁନଥିବା ଆମ ପ୍ରତିନିଧିଙ୍କୁ ଶୁଣେଇଛନ୍ତି l ସେହିପରି ଉକ୍ତ ଗ୍ରାମର ଅନ୍ୟଜଣେ ଭିନକ୍ଷମ ମହିଳା ଦଇ ପାଙ୍ଗି ପ୍ରମାଣ ପତ୍ରରେ ୭୫% ମାନସିକ ଅନଗ୍ରସର ଥିବାବେଳେ ତାଙ୍କୁ ୭୦୦/- ବଦଳରେ ୫୦୦/ ଦିଆଯାଉଥିବା ଅଭିଯୋଗ ହୋଇଛି l ଏହି ବିଷୟରେ ସ୍ଥାନୀୟ ବିଡ଼ିଓ ଅଭିମନ୍ୟୁ କବି ଶତପଥିଙ୍କୁ ପଚାରିବାରୁ ସେ ଅତିଶୀଘ୍ର ଏହି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି l

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: