1. Big Crime: ଯୁବତୀଙ୍କ ସ୍କୁଟିକୁ ଧକ୍କା ଦେଇ କାର୍ ରେ ଉଠାଇନେଲେ ଦୁର୍ବୃତ୍ତ

0
67
ଯୁବତୀଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୫/୦୭) : ଏକ ସ୍କୁଟିରେ ଆସୁଥିବା ଯୁବତୀଙ୍କୁ ଏକ କାର ଧକ୍କା ଦେଇ ସେହି କାରରେ ଟେକି ନେଲେ ଦୁବୃର୍ତ୍ତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ଥାନା ଅନ୍ତର୍ଗତ ଛତାବର ନିକଟରେ ।

ଆଠଗଡ଼ ମୁଣ୍ଡଳୀ ରାସ୍ତାରେ ମୁଣ୍ଡଳୀ ଆଡୁ ଏକ ସ୍କୁଟି ନଂ OR-06-H-5353ରେ ଆସୁଥିବା ଜଣେ ଯୁବତୀଙ୍କୁ ପଛପଟୁ ଗୋଟିଏ କାର ଆସି ଧକ୍କା ଦେଇଥିଲା । ସ୍କୁଟି ସହିତ ରାସ୍ତା ଉପରେ ପଡିଯାଇଥିଲେ । କାର ଭିତରୁ ଦୁଇ ଜଣ ଯୁବକ ବାହାରି ଯୁବତୀ ଜଣଙ୍କୁ କାର ଭିତରେ ଜବରଦସ୍ତ ପୁରାଇ ଆଠଗଡ ରାସ୍ତାରେ ଫେରାର ହୋଇ ଯାଇଥିବା ନନା ହୋଟେଲର ମାଲିକ ତଥା ପ୍ରତ୍ୟକ୍ଷଦର୍ଶୀ ବିଭୁ ନାରାୟଣ ତ୍ରୀପାଠୀ କହିଛନ୍ତି । ପରିଚୟ ମିଳି ପାରିନଥିବା ବେଳେ କାରରେ ଆସିଥିବା ଯୁବକ ମାନେ କିଏ ଏବଂ କାହିଁକି ଏଭଳି ଅପହରଣ ଭଳି କାଣ୍ଡ କଲେ ତାହା ଜଣାପଡିନାହିଁ । ଆଠଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।