1. Best News: ବିଧାୟକଙ୍କ ଦ୍ଵାରା ସେଲଫି ପଏଣ୍ଟ ଉଦ୍ଘାଟିତ

0
67
ବିଧାୟକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୦୭) : ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ବିନିକା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ଉଦ୍ଘାଟନ କରିଛନ୍ତି ।

ଏହି ଅବସରରେ ବିନିକା ଏନ ଏସି ମୁଖ୍ୟ ଗେଟ ଠାରେ ୧୯ ଲକ୍ଷ ୮୧ ହଜାର ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା “ମୋର ବିନକା ମତେ ସୁନ୍ଦର” ସେଲଫି ପଏଣ୍ଟକୁ ବିଧାୟକ ଉଦ୍ଘାଟନ କରିଥିଲେ । ପରେ ସେଲ୍ଫି ପଏଣ୍ଟ ପରିସର ଭିତରକୁ ଯାଇ ଏହାର ସୌନ୍ଦର୍ଯ୍ୟ ଉପରେ ଦେଖିଥିଲେ । ପରେ ମହାନଦୀ ସେତୁ ନିକଟ ବିଜୁ ପଟ୍ଟନାୟକ ପାର୍କ ଠାରେ ୨୯ ଲକ୍ଷ ୭୧ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବ୍ୟାୟାମ ଶାଳ ଏବଂ ଶିଶୁ କ୍ରୀଡା ସ୍ଥଳୀକୁ ଲୋକାର୍ପଣ କରିଥିଲେ । ପରେ ସ୍ଥାନୀୟ ଏନ ଏସି କାର୍ଯ୍ୟାଳୟକୁ ଆସି ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଥିବା ନୂତନ ୧୭ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିନିକା ଏନ ଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ, ଉପାଧ୍ୟକ୍ଷା ତପସ୍ୱିନୀ ମେହେର, କର୍ଯ୍ୟନିର୍ବାହୀ ଅଧିକାରୀ ମୁକ୍ତେଶ୍ଵର ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ବହୁ ବିଜେଡ଼ି ନେତା ସାମିଲ ହୋଇଥିଲେ ।