1. Big News: ସୁବର୍ଣ୍ଣପୁର ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଂଘ ଗଠିତ

0
59
ସୁବର୍ଣ୍ଣପୁର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୦୭) : ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟଦେବ ଶ୍ରୀ ଶ୍ରୀ ସୁବର୍ଣ୍ଣମେରୁଙ୍କ ପ୍ରାଙ୍ଗଣରେ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ୱେବ ମିଡ଼ିଆ ସଂଘର ଏକ ସାଧାରଣ ସଭା ଆଜି ଅନୁଷ୍ଠିତ ହୋଇ ଯାଇଛି lWhatsApp Image 2023 07 25 at 09.27.41 1. Big News: ସୁବର୍ଣ୍ଣପୁର ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଂଘ ଗଠିତ

ପ୍ରଥମେ ସୁବର୍ଣ୍ଣପୁର ବରିଷ୍ଠ ସାମ୍ବାଦିକ ପ୍ରକାଶ ଚନ୍ଦ୍ର ବେବର୍ତ୍ତା ଙ୍କ ସଭାପତିତ୍ୱ ତଥା ଅଧ୍ୟକ୍ଷତା ରେ ହୋଇଥିବା ସଭା ରେ ପ୍ରଥମେ ଜିଲ୍ଲାର ୱେବ ମିଡ଼ିଆ ସାମ୍ବାଦିକ ମାନଙ୍କ ସୁବିଧା ଓ ଅସୁବିଧା ବିଷୟରେ ଆଲୋଚନା କରାଯାଇଥିଲା ପରେ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଥିଲା l

ସର୍ବ ସମ୍ମତି କ୍ରମେ ଜିଲ୍ଲା ସଭାପତି ଭାବେ ପିତାମ୍ବର ମହାପାତ୍ର ଙ୍କୁ ଉପସଭାପତି ଭାବେ ରାଜେନ୍ଦ୍ର କୁମାର ପଧାନ, ସୁଦାମ ମେହେର, ଉମାକାନ୍ତ ବାଘ ଙ୍କୁ ମନୋନୀତ କରାଯାଇଥିବା ବେଳେ ସହଦେବ ମେହେର ସମ୍ପାଦକ, ସହ-ସମ୍ପାଦକ ଭାବେ ଶରତ ମହାପାତ୍ର, ଅବକାଶ ବିଦ୍ୟାଧର ମଣ୍ଟୁ ମନ୍ତ୍ରା ଓ ଗୁରୁଦେବ ମେହେର ଙ୍କୁ ମନୋନୀତ କରାଯିବା ସହ କୋଷାଧକ୍ଷ ଭାବେ ସଞ୍ଜୟ ସାହୁ ଓ କମିଟି ଉପଦେଷ୍ଟା ଭାବେ ତୀର୍ଥବାସି ପଣ୍ଡା, ରାଜେଶ କୁମାର ସେଠି, ପ୍ରକାଶ ଚନ୍ଦ୍ର ଵେବର୍ତ୍ତl, ଆଶୁତୋଷ ପୂଝରୀ, ମନରଂଜନ ପାଣିଗ୍ରାହୀ ଙ୍କୁ ମନୋନୀତ କରିବା ସହ ସଂଘ ର ଯୋଗାଯୋଗ ଓ ସୂଚନା ପ୍ରଭାରୀ ଭାବେ ସୁଶାନ୍ତ ସାହୁ ଙ୍କୁ ଚୟନ କରାଯାଇଥିଲା l ଏହି ସଭାରେ ରାଜେନ୍ଦ୍ର ବାଘ, ଆଦିତ୍ୟ ପୁରୋହିତ, ସରୋଜ ପଧାନ, ରାମଭକତ ଷଡ଼ଙ୍ଗୀ, ଲେଖରାଜ ସାଗର, ରାମଶଙ୍କର ସାମନ୍ତରାୟ, ସର୍ଜନ ପାଣ୍ଡେ, ମାନଭଞ୍ଜନ ପୂଝରୀ ଙ୍କ ସହ ସମଗ୍ର ଜିଲ୍ଲରୁ ଚାଳିଶ ଜଣ ୱେବ ମିଡ଼ିଆ ସାମ୍ବାଦିକ ଉପସ୍ଥିତ ଥିଲେ l