ପାରିବାରିକ କଳହର କରୁଣ ପରିଣତି, ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ଦମ୍ପତି !

0
58

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୪/୦୭) : ପାରିବାରିକ କଳହର କରୁଣ ପରିଣତି । ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଦମ୍ପତି ।

ଆଜି ସକାଳେ ଭୁବନେଶ୍ୱର ସ୍ଥିତ ବମିଖାଲ ନିକଟ ରେଳ ଧାରଣାରୁ ୨ଟି ମୃତଦେହ ଉଦ୍ଧାର କରାଯାଇଛି । ହେଲେ ସେମାନଙ୍କ ପରିଚୟ ମିଳିନାହିଁ । ଆଜି ସକାଳେ ଦମ୍ପତିଙ୍କ ମୃତଦେହ ରେଳଧାରଣା ନିକଟରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏ ନେଇ ଜିଆର୍‌ପିକୁ ଖବର ଦେଇଥିଲେ । ଜିଆର୍‌ପି ପହଞ୍ଚି ଘଟଣାର ତଦନ୍ତ କରୁଛି । ପାରିବାରିକ କଳହରୁ ଉଭୟ ସ୍ୱାମୀସ୍ତ୍ରୀ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ହେଲେ ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଉଭୟ ଦମ୍ପତି ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ମଧ୍ୟ ଜଣାପଡ଼ିନାହିଁ । ଶବ ବ୍ୟବଚ୍ଛେଦ ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜିଆର୍‌ପି ବୋଲି ସ୍ପଷ୍ଟ କରିଛି । ଏହି ଦମ୍ପତି ଘର କେଉଁଠି, ସେମାନେ କାହିଁକି ବମିଖାଲ ନିକଟ ରେଳ ଧାରଣା ଆସି ଆତ୍ମହତ୍ୟା କଲେ ଏପରି ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ଜିଆର୍‌ପି ।