ବାଇକ ଦୁର୍ଘଟଣାରେ ଦୁଇ ଗୁରୁତର

0
70

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୨୪/୦୭) : ଖୋର୍ଦ୍ଧା ୧୬ ନଂ ଜାତୀୟ ରାଜପଥ ବିରିବାଡି ଛକରେ ବାଇକ ଦୁର୍ଘଟଣା । ଦୁର୍ଘଟଣାରେ ୨ ଯୁବକ ଗୁରୁତର ।

ଦୁଇ ଗୁରୁତର ହେଲେ ଦୀକ୍ଷିତ ପଡା ଗ୍ରାମର ମାଗୁଣ ବେହେରା ଓ ଗଜେନ୍ଦ୍ର ବେହେରା ବୋଲି ଜଣା ପଡିଛି । ଗୁରୁତର ଦ୍ୱୟଙ୍କୁ ଉଦ୍ଧାର କଲା ଟାଙ୍ଗୀ ପୋଲିସ । ଟାଙ୍ଗୀ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର ସ୍ଥାନାନ୍ତର । ଗତକାଲି ବିଳମ୍ବିତ ରାତିରେ ହୋଇଛି ଦୁର୍ଘଟଣା । ଦୀକ୍ଷିତପଡା ଗ୍ରାମର ଗଜେନ୍ଦ୍ର ବେହେରା ଓ ମାଗୁଣୀ ବେହେରା ବାଇକ୍ ରେ ଦୀକ୍ଷିତ ପଡାରୁ ନାଚୁଣୀ ଅଭିମୁଖେ ଯାଉଥବା ବେଳେ ଫାଲକନ୍ ଫିଡସ ସମ୍ମୁଖ ବିରବାଡି ଛକ ନିକଟରେ ତାଙ୍କ ବାଇକ୍ ପଛ ପଟୁ ଏକ କାର୍ ଧକ୍କା ଦେଇ ଫେରାର ହୋଇ ଯାଈଥିଲା । ଦୁହେଁ ଗୁରୁତର ହୋଇ ରାସ୍ତା ଉପରେ ଦିର୍ଘ ସମୟ ପଡି ରହିଥିଲେ । ଖବର ପାଇ ଟାଙ୍ଗୀ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଦ୍ୱୟଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ପଠାଇଛି ।