Sunday, August 9, 2020
Home Cultural & Festival ବିନା ରଥରେ ମହାପ୍ରଭୁ ଜନ୍ମ ବେଦୀ ରୁ ମନ୍ଦିରକୁ ଫେରିଲେ

ବିନା ରଥରେ ମହାପ୍ରଭୁ ଜନ୍ମ ବେଦୀ ରୁ ମନ୍ଦିରକୁ ଫେରିଲେ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (ତା ୧୵ ୭): ବରଗଡ ଜିଲ୍ଲା ଝାରବନ୍ଧ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଏ ସୁଭଦ୍ରା ମାଉଁସୀ ମନ୍ଦିରରେ ନଅଦିନ କାଳ ରହିବାପରେ ବିନାରଥ,ବିନାଭକ୍ତରେ ଆଜି ମନ୍ଦିର କୁ ଫେରି ଆସିଛନ୍ତି । ମହାମାରୀ କରୋନା ପାଇଁ କୋଭିଡ-୧୯ କଟକଣା ମଧ୍ୟରେ ମହାପ୍ରଭୁଙ୍କୁ ନିଜ ମନ୍ଦିର କୁ ଫେରି ଆସିବାକୁ ପଡିଛି ।

ପ୍ରଥମେ ମାଉଁସୀ ମନ୍ଦିର ଚାରିପଟେ ଏବଂ ରାସ୍ତାକୁ ସାନିଟାଇଜର ସିଂଚନ କରାଯାଇଥିଲା ।ତାପରେ ଗ୍ରାମର ବିଦ୍ୟାଧର ସାହୁ ପହଣ୍ଡି ବିଜେ କରିଥିଲେ । ପଣ୍ଡିତ ଝସକେତନ ପଣ୍ଡା,ନୀଳମଣି ତ୍ରିପାଠୀ,କବି ପଣ୍ଡା,ଅନୁଭବ ପାଣିଗ୍ରାହୀ,ଗୁଣମଣି ତ୍ରିପାଠୀ,ବ୍ରଜକିଶୋର ତ୍ରିପାଠୀ,ଡିଲେଶ୍ୱର ତ୍ରିପାଠୀ,ରାଜେଶ ପୁରୋହିତ,ମହେନ୍ଦ୍ର ମହାପାତ୍ର ଙ୍କ ସହ ଗ୍ରାମ୍ୟ କମିଟୀର ସଭାପତି ମୋହନ ପ୍ରଧାନ,ମୀନ ବାଗ,ସୁବାଷ ଚନ୍ଦ୍ର ବେହେରା,ସାମ୍ବାଦିକ ଗୋବିନ୍ଦ ପଟେଲ,ମିଲନ ପାଣ୍ଡେ,ପରେଶ ସେଠ,ଦୁର୍ଗାପ୍ରସାଦ ଅଗ୍ରୱାଲ,କୁମାର ଗୌରବ ବେହେରା ପ୍ରମୁଖ ପହଣ୍ଡି ରେ ସହଯୋଗ କରି ମହାପ୍ରଭୁ ଙ୍କୁ ହାତ ରେ ନେଇ ମନ୍ଦିର ରେ ପହଂଚାଇ ଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: