Friday, March 29, 2024

Top 5 This Week

Related Posts

କଙ୍କଡା ସୋଡ଼ା ଗାଁ’ରେ ଅଗ୍ନିକାଣ୍ଡ, ଚାଳ ଘର ପୋଡ଼ି ପାଉଁଶ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୪/୦୭) : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡା ସୋଡ଼ା ଗାଁ’ରେ ଅଗ୍ନିକାଣ୍ଡ ଘଟି ୨ ବଖରା ଚାଳ ଘର ସମ୍ପୂର୍ଣ ପୋଡ଼ି ପାଉଁଶ ହୋଇଯାଇଛି ।

ସୂଚନା ମୁତାବକ ଗାଁ’ର ବଡ଼ମୁହଁ ସାହି କୃଷ୍ଣ ସିଂହଙ୍କ ଘରେ ଆଜି ମଧ୍ୟାହ୍ନରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ତେବେ ପରିବାର ଲୋକ ଦେଖିବା ପରେ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁ କୁ ଆୟତ୍ତ କରିଥିବା ବେଳେ, ଘରେ ଥିବା ନିତ୍ୟ ବ୍ୟବହାର ଆସବାବ ପତ୍ର ସମ୍ପୂର୍ଣ ପୋଡ଼ି ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ଥିବା ବେଳେ, ବିଦ୍ୟୁତ ସର୍ଟ ସର୍କିଟି ରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

Popular Articles