Saturday, August 8, 2020
Home Uncategorized ୭୧ତମ ବନମହଉତ୍ସବ କାଯ୍ୟକ୍ରମ ଉଦଘାଟନ

୭୧ତମ ବନମହଉତ୍ସବ କାଯ୍ୟକ୍ରମ ଉଦଘାଟନ

ରିପୋର୍ଟ: ଏନ .ସନ୍ତୋଷ କୁମାର //
ବୈପାରୀଗୁଡା :ବୈପାରୀଗୁଡା ବନାଞ୍ଚଳ ଅନ୍ତର୍ଗତ ମହୁଲି ପଂଚାୟତର ପରାଲ ଗ୍ରାମ ନିକଟସ୍ତ ଲଣ୍ଡା ପାହାଡ଼ ଠାରେ ଆଜି ସକାଳ ୧୧ ଟା ବେଳେ ୭୧ ତମ ବନମହଉତ୍ସବ କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି l

ବୈପାରୀଗୁଡା ବନାଞ୍ଚଳ ଅଧିକାରୀ ଦିବ୍ୟାମାଧୁରୀ ସେଠିଙ୍କ ନେତୃତ୍ୱରେ ଆୟାଜିତ ଉକ୍ତ ବୃକ୍ଷରୋପଣ କାଯ୍ୟକ୍ରମର ମୁଖ୍ୟ ଅତିଥି ଜୟପୁର ବନଖଣ୍ଡ ଅଧିକାରୀ ଏନଏସଯେପି ସିଂଙ୍କ ଯୋଗ ଦେଇଥିଲେ l ଶ୍ରୀ ସିଂ ଦ୍ୱାରା ପରାଲ ଲଣ୍ଡା ପାହାଡ଼ ଠାରେ ନଡ଼ିଆ ମାରି ପ୍ରଥମେ ଗୋଟିଏ ଚାରା ରୋପଣ କରି କାର୍ଯ୍ୟକ୍ରମକୁ ଉଦଘାଟନ କରାଯାଇଛି l ଅନୁଷ୍ଠିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମଧ୍ୟରୁ ସ୍ଥାନୀୟ ବିଡ଼ିଓ ଅଭିମନ୍ୟୁ କବିଶତପଥି, ତହସିଲଦାର କୌଳାସ ଚନ୍ଦ୍ର ତ୍ରିପାଠୀ,୧୫୧ ବିନ ବିଏସଏଫ ବେଟେଳିଆନ ସେକେଣ୍ଡନ କମାଣ୍ଡର ରବୀନ୍ଦ୍ର ଠାକୁର, ଡ଼ିଏସପି ଅଂଶୁମାନ ଦ୍ୱିବେଦୀ, ଏସଡ଼ିଏମ ଶରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ପ୍ରଥମେ ଉପସ୍ଥିତ ପରାଲ ଗ୍ରାମବାସୀଙ୍କୁ ଡ଼ିଏଫଓ ବୃକ୍ଷ ରୋପଣର ଉପକାରିତା, ଋତୁ ପରିବର୍ତନରେ ଜଙ୍ଗଲର ଭୂମିକା କଣ ରହିଛି ତାହା ବୁଝାଇଥିଲେ l ତା ପରେ ଉପସ୍ଥିତ ଅତିଥି ମାନଙ୍କ ସହ ଗ୍ରାମବାସୀ ମିଳିତ ଭାବେ ପ୍ରାୟ ୪୦୦୦ ଚାରl ରୋପଣ କରାଯଇଛି l ସେଥିରେ ଚମ୍ପା, ରକ୍ତଚନ୍ଦନ, ଲିମ, ଆମ୍ବ, ପିଜୁଳି , ପଣସ, ଅଁଳା, ବେଲ ଆଦି ଚାରା ରୋପଣ କରାଯାଇଛି l

ସେହିପରି ସ୍ଥାନୀୟ ପଶ୍ଚିମେଶ୍ବର ମନ୍ଦିର ଠାରେ ମଧ୍ୟ ବନାଞ୍ଚଳ ପକ୍ଷରୁ ବୃକ୍ଷ ରୋପଣ ହୋଇଛି l ଆଜିର ଏହି ୨ଟି ସ୍ଥାନର ପାଳିତ ବନମହଉତ୍ସବ କାଯ୍ୟକ୍ରମକୁ ବନପାଳ ବିକାଶ ପାତ୍ର,ସଚତାନନ୍ଦ ପରିଡା, ରଘୁନାଥ ସୁଆର ଓ ଡ଼ିପି ସୁବୁଦ୍ଧି ପରିଚାଳନା କରିଥିବା ବେଳେ ବିଏସଫ ଯବାନ, ସମସ୍ତ ବନରଖି, ବିଏସଏସଓ କମିଟି,ପରା ଷ୍ଟାଫ, ପୂର୍ବତନ ମହୁଲି ସରପଞ୍ଚ ଧାନସାଇ ପୂଜାରୀ, ଫ୍ରେଣ୍ଡସ ୟୁନିଟ କ୍ଳବ ସଭାପତି ମଧୁସୂଦନ ରାଉତ,ନେହୁରୁ ଯୁବ କେନ୍ଦ୍ର ସ୍ବେଛାସେବୀ ଭୀମସେନ ବିଶୋଇ,ଓ ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ l ବନମହଉତ୍ସବ ସପ୍ତାହ ଅଵସରରେ ଆଜି ଠାରୁ ଆସନ୍ତା ୭ ତାରିଖ ପ୍ରଯ୍ୟନ୍ତ ଏହି ପରି ବୈପାରୀଗୁଡା ବନାଞ୍ଚଳର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି l

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: