Related Contents

ବିଷମ କଟକରେ ବିଧାୟକ ଓ ଜ଼ିଲ୍ଲାପାଳଙ୍କଦ୍ୱାରା ମାରାଥନ ଶିଳାନ୍ୟାଶ ଓ ଉଦ୍ଘାଟନ

ରାୟଗଡା (ଅମୁଲ୍ୟ ନିସଙ୍କ)-ବିଷମ କଟକ ବିଧାୟକ ଶ୍ରୀ ଜଗନ୍ନାଥ ସାରକ ଓ ଶ୍ରୀମତୀ ଗୁହା ପୂନମ ତାପସ କୁମାର ଆଇ.ଏ.ଏସ ଜ଼ିଲ୍ଲାପାଳ ରାୟଗଡ଼ାଙ୍କଦ୍ୱାରା ବିଷମ କଟକ ନିର୍ବାଚନ ମଣ୍ଡଳୀରେ ବିଭିନ ପ୍ରକଳ୍ପର ମାରାଥନ ଶିଳାନ୍ୟାଶ ଓ ଉଦ୍ଘାଟନ ହୋଇଛି |

ବିଧାୟକ ଜଗନ୍ନାଥ ସାରକ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁରୁଷୋତ୍ତମ ଗମାଙ୍ଗ, ସ୍ୱତନ୍ତ୍ର ଆଦିବାସି ଉନୟନ ପରିଷଦର ରାୟଗଡାର ଜ଼ିଲ୍ଲା ଯୋଜନା ଅଧକ୍ଷ ଜଗନାଥ ନୁଁଡ଼ରୁକା, ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ସୁଧୀର ଦାସ,ଜ଼ିଲ୍ଲାପାଳ ଶ୍ରୀମତୀ ଗୁହା ପୂନମ ତାପସ କୁମାର ପ୍ରଥମେ ଚାଟିକଣାଠାରେ ୩୭ଲକ୍ଷ ଟଙ୍କା ବ୍ୟୟରେ ଅଟକଳରେ ଓ ପିଲିପି ଅଫିସ କୋଠାର ଶିଳାନ୍ୟାଶ କରିଥିଲେ |ଏହାପରେ କୁରଳି ଗ୍ରାମପଂଚାୟତର ରାଢ଼ଙ୍ଗ ଓ ଖମ୍ବେସି ଗ୍ରାମରେ ପ୍ରତ୍ୟେକ ୭ଲକ୍ଷ ଟଙ୍କା ବ୍ୟୟରେ ବହୁମୁଖୀ କେନ୍ଦ୍ରର ଶିଳାନ୍ୟାଶ, କୁରଲିଠାରେ ୨୦ଲକ୍ଷ ଟଙ୍କାର ରାଜୀବଗାନ୍ଧୀ ସେବାକେନ୍ଦ୍ର ଉଦ୍ଘାଟନ କରିଥିଲେ | ଏହାପରେ ବଡ଼ଗୋଟିଗୁଡା ଗ୍ରାମରେ ନବନିର୍ମିତ ପ୍ରାଣୀଧାନ କେନ୍ଦ୍ରର ଉଦ୍ଘାଟନ ସମାପ୍ତକରି ସାନସର୍ଟଲି ଗ୍ରାମରେ ଏକ ଅଙ୍ଗନବାଡି କେନ୍ଦ୍ରର ଉଦ୍ଘାଟନ କରିଥିଲେ | ପରେ ହାତମୁନିଗୁଡାଠାରେ ୩୦ଲକ୍ଷ ର ଟଙ୍କାର ଅଟକଳରେ ନିର୍ମିତ ହେବାକୁଥିବା କଲ୍ୟାଣ ମଣ୍ଡପର ଶୁଭ ଦେଇଥିଲେ | ଅପରାହ୍ନରେ ବିଷମ katak ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ୟକ୍ରମରେ ଜାତାୟ ପରିବାର କଲ୍ୟାଣ ଯୋଜନାରେ ୭୦ଜଣ ହିତଧାରୀଙ୍କୁ ୨୦ହଜ଼ାର ଟଙ୍କା ଲେଖାଁଏ ସହାୟତା ରାଶି ପ୍ରଦାନ କରିଥିଲେ | ଏହା ବ୍ୟତୀତ ଓପିଲିପି ଗୋଷ୍ଠୀ ସମ୍ବଳ ଯୋଜନାରେ ୩୫ ହିତାଧିକାରିଆଙ୍କୁ ସାଇକେଲ ଓ ୪୫ ଜଣଙ୍କୁ ସୌର ଲଣ୍ଠନ ପ୍ରଦାନ କରିଥିଲେ | ଏହି କାର୍ୟକ୍ରମରେ ଗୁଣୁପୁର ପି ଏ ଆଇ .ଟି.ଡି.ଏ ଶ୍ରୀ ଗୋରା ଚାନ୍ଦ ଗମାଙ୍ଗ, ଡି.ଆର.ଡି.ଏ. ପ୍ରକଳ୍ପ ପ୍ରସାଶକ ଅଧିକାରୀ ସଂଜୁ ଦାଶ ବିଷମ କଟକ ଭାରପ୍ରାପ୍ତ ବି.ଡି.ଓ. ବଳରାମ ପାତ୍ର,ବ୍ଲକ ଅଧ୍ୟକ୍ଷ ବିଜୟାଶାନ୍ତି କୁଂବୁରୁକ ଉପସ୍ଥିତଥିଲେ |

Comments are closed.