Advertisements
Monday, July 6, 2020
Home District News କେନ୍ଦୁପତ୍ର ଗୋଦାମ ଘର ପୋଡିଗଲା: ୧୩ କ୍ବଣ୍ଟାଲ ପତ୍ର ନଷ୍ଟ : କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

କେନ୍ଦୁପତ୍ର ଗୋଦାମ ଘର ପୋଡିଗଲା: ୧୩ କ୍ବଣ୍ଟାଲ ପତ୍ର ନଷ୍ଟ : କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (ତା ୧ ୵ ୭): ପଦ୍ମପୁର କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ସୋହେଲା ରେଞ୍ଜର ବଳଣ୍ତା କେନ୍ଦୁପତ୍ର ଫଡିଘର କୁ କେହି ଜଣେ ଦୁବୁର୍ତ୍ତ ପୋଡି ଦେଇଥିବାର ଅଭିଯୋଗ ବିଜେପୁର ଥାନାରେ କରାଯାଇଛି । କେନ୍ଦୁପତ୍ର ଖରିଦ କାର୍ଯ୍ୟ ସମାପ୍ତ ହେବାପରେ ଏବେ ବିଭିନ୍ନ କେନ୍ଦୁପତ୍ର ଗୋଦାମ ଘରେ କେନ୍ଦୁପତ୍ର ମହଜୁଦ ଅଛି ।

ପ୍ରଥମ ପର୍ଯ୍ୟାୟରେ ଅନେକ ଗୋଦାମ ଘରେ କେନ୍ଦୁପତ୍ର ବନ୍ଧେଇ କାର୍ଯ୍ୟ ଚାଲିଛି । ସୋହେଲା ରେଞ୍ଜ ଅଧିନସ୍ଥ ବିଜେପୁର ଥାନା ଅନ୍ତର୍ଗତ ବଳଣ୍ତା କେନ୍ଦୁପତ୍ର ଗୋଦାମ ଘରକୁ ୨ ଦିନ ତଲେ ରାତିରେ ପୋଡି ଦିଆଯାଇଥିବା ନେଇ ସୋହେଲା ରେଞ୍ଜର ଶ୍ରୀ ନନ୍ଦ କିଶୋର ସିଦ୍ଧାର ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବଳଣ୍ତା କେନ୍ଦୁପତ୍ର ଗୋଦାମ ଘରେ ଚଳିତ ସିଜନରେ ୮୨ ହଜାର ୨ ଶହ ଟଙ୍କା ର ପତ୍ର ଖରିଦ କରାଯାଇଥିଲା । ଏହାର ବିକ୍ରୀ ମୂଲ୍ୟ ଆନୁମାନିକ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ । ବଲାଙ୍ଗୀର କେନ୍ଦୁପତ୍ର ବିଭାଗର ସିସିଏଫ ଶ୍ରୀ ପ୍ରଦୀପ୍ତ ମହାପାତ୍ର ଆଜି ଘଟଣା ସ୍ଥଳର ସରଜମିନ ତଦନ୍ତ କରିଛନ୍ତି । ଗତ ପ୍ରାୟ ୨ ବର୍ଷ ଭିତରେ ପଦ୍ମପୁର କେନ୍ଦୁପତ୍ର ଡିଭିଜନ ପାଖାପାଖି ୭ ୵ ୮ ଟି ଗୋଦାମ ଘର ପୋଡିଯିବା ଦ୍ବାରା ବିଭାଗର ଲକ୍ଷାଧିକ ଟଙ୍କା କ୍ଷତି ହୋଇଛି । ଆଗରୁ କୁମୀର,ଖଇରା,ଝାରମୁଣ୍ତା,ଲୁହାରପାଲି,କଲଙ୍ଗାପାଲି,ସୁକୁଳି ପାହାଡା,ବସ୍ତା ଭର୍ତ୍ତି ଫଡି ଘରକୁ ପୋଡାଇ ଦିଆଯାଇଥିଲେ ମଧ୍ୟ ଦୁର୍ବୃତ୍ତ ମାନଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି । କଂପାନି କା ମାଲ ଦରିଆ ମେ ଡାଳ ନୀତିରେ କେନ୍ଦୁପତ୍ର ବିଭାଗର ଅଧିକାରୀ ମାନେ ଚୁପ ଅଛନ୍ତି ।

କେନ୍ଦୁପତ୍ର ବିଭାଗର ଲୋକେ ସଂପୃକ୍ତ ନ ଥିଲେ ଏଭଲି ବାରମ୍ବାର କେନ୍ଦୁପତ୍ର ଗୋଦାମ ଘର ପୋଡିବ ନାହିଁ ବୋଲି ତଥ୍ଯଭିଞ ମହଲ ବିଶ୍ବାସ କରିଛି । ବର୍ଷ କୁ ବର୍ଷ ପଦ୍ମପୁର ଡିଭିଜନ ରେ କେନ୍ଦୁପତ୍ର ଗୋଦାମ ଘର ପୋଡିଥିବା ଯୋଗୁଁ ଓ ଏଥି ପାଇଁ ରାଜ୍ୟ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନୀ ହୋଉଥିବାରୁ ଏହି ଘଟଣା ତଦନ୍ତ ଭାର ରାଜ୍ୟ କ୍ରାଇମବ୍ରାଞ୍ଚ ହାତରେ ନିଅସ୍ତ କରିବା ପାଇଁ ପଦ୍ମପୁର ର ପୂର୍ବତନ ବିଧାୟକ ତଥା ପଦ୍ମପୁର କେନ୍ଦୁପତ୍ର ସଂଘର ନେତା ଶ୍ରୀ ପ୍ରଦୀପ ପୁରୋହିତ ଓଡିଶା ମୁଖ୍ଯମନ୍ତ୍ରୀଙ୍କ ଠାରେ ଦାବି ଉପସ୍ଥାପନା କରିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: