Advertisements
Monday, July 6, 2020
Home District News ଏକ ଘଣ୍ଟାରେ ୩ ଜମି କ୍ରେତା ପାଇଲେ ପଟ୍ଟା

ଏକ ଘଣ୍ଟାରେ ୩ ଜମି କ୍ରେତା ପାଇଲେ ପଟ୍ଟା

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (ତା ୧ ୵ ୭): ସମୟ ପରିବର୍ତ୍ତନଶୀଳ। ଏହା ସହ ତାଳ ଦେଇ ଦିନକୁ ଦିନ ପ୍ରଶାସନିକ କାର୍ଯ୍ୟ ମଧ୍ଯ ପରିବର୍ତ୍ତିତ ହେଉଛି। ଦିନ ଥିଲା ରେଜିଷ୍ଟ୍ରି ଭୁକ୍ତ ଜମି ପଟ୍ଟା ପାଇବା ପାଇଁ ଲୋକଙ୍କୁ ଧାଇଁ ଧାଇଁ ନୟାନ୍ତ ହେବାକୁ ପଡୁଥିଲା।

ହେଲେ ମଙ୍ଗଳବାର ବରଗଡ଼ ଜିଲ୍ଲା ବିଜେପୁର ତହସିଲଦାର କୁଳମଣି ରଣବିଡା ଜମି ରେଜିଷ୍ଟ୍ରି ହେବାର ଏକ ଘଣ୍ଟାରେ ଜମି ପଟ୍ଟା ପ୍ରଦାନ କରି ଉଦାହରଣ ସୁଷ୍ଟି କରିଛନ୍ତି। ମିଳିଥିବା ସୂଚନାମୁତାବକ ପଦ୍ମିନୀ ପାଣୁଆ କେଉଁଟିପାଲି ମୌଜାରୁ ୧୦ଡିସମିଲ, ରୀନା ମାହାଣା ବିଜେପୁର ମୌଜାରୁ ୫.୫ଡିସମିଲ, ଗୌର ସାହୁ ପହଣ୍ଡି ମୌଜାରୁ ୪୮ଡିସମିଲ ଜମି କ୍ରୟ କରିଥିଲେ। ସେମାନେ ମଙ୍ଗଳବାର ସ୍ଥାନୀୟ ସବରେଜିଷ୍ଟ୍ରି କାର୍ଯ୍ୟାଳୟରେ ଉକ୍ତ ଜମିକୁ ରେଜିଷ୍ଟ୍ରି କରିଥିଲେ। ରେଜିଷ୍ଟ୍ରି ହେବାର ଏକ ଘଣ୍ଟାରେ ସଂପ୍ରୁକ୍ତ କ୍ରେତାଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ତହସିଲଦାର ତଥା ସବରେଜିଷ୍ଟାର କୁଳମଣି ରଣବିଡା ସେମାନଙ୍କୁ ପଟ୍ଟା ପ୍ରଦାନ କରିଥିଲେ। ରାଜସ୍ବ ସୁପରଭାଇଜର ଯୋଗେନ୍ଦ୍ର ମହାନନ୍ଦଙ୍କ ସମେତ ସବରେଜିଷ୍ଟ୍ରି ଓ ତହସିଲ କାର୍ଯ୍ୟାଳୟର କର୍ମକର୍ତ୍ତା, ଆଇନଜୀବୀ ଉପସ୍ଥିତ ଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: