Advertisements
Monday, July 6, 2020
Home District News କୋଦଳା ଏନଏସିରେ ଦୁର୍ନୀତି ଥମିବାର ନାଁ ନେଉନି , ପିସି ନେଇ ୬୦ ଲକ୍ଷ ଟଙ୍କାର...

କୋଦଳା ଏନଏସିରେ ଦୁର୍ନୀତି ଥମିବାର ନାଁ ନେଉନି , ପିସି ନେଇ ୬୦ ଲକ୍ଷ ଟଙ୍କାର ଟେଣ୍ଡର ନେବାକୁ ପ୍ରୟାସ!!

ରିପୋର୍ଟ: ରାକେଶ ମହାରଣା //
କୋଦଳା (୩୦/୦୬): ବିଭନ୍ନ ଜିଲ୍ଲା ମଧ୍ୟରୁ ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଦୁର୍ନୀତିର ଗନ୍ତାଘର ବୋଲି ସଧାରଣରେ ଚର୍ଚ୍ଚା ଚାଲିଛି। ଗତ କିଛି ଦିନ ଧରି ଏହି ଏନ୍ ଏ ସି ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଅନିୟମିତତା ନେଇ ବାରମ୍ବାର ଖବର ପ୍ରକାଶ ପାଇଥିଲା । ସୂଚନା ଅନୁସାରେ ୨୬ ମଇ ୨୦୨୦ ରେ ୩ କୋଟି ଟଙ୍କା ରୁ ଉର୍ଦ୍ଧ୍ବ ମୂଲ୍ୟର ୪୯ଟି ବିଭିନ୍ନ ପ୍ରକଲ୍ପ କାର୍ଯ୍ୟ ହେବ ବୋଲି ଖବର କାଗଜରେ ଟେଣ୍ଡର ନୋଟିସ୍ ପ୍ରକାଶ ପାଇଥିଲା।

ତେବେ ସେଥିମଧ୍ୟରୁ ୩ ନମ୍ବର କାର୍ୟ୍ଯଟି ଖାଲି ପଡିଥିବା ବେଳେ ଏନଏସି ର ନୋଟିସ ପ୍ରକାରେ ୭ଟି ଟେଣ୍ଡର କେହି ବି ପକାଇନଥିଲେ। ୬୦୫ ଚିଠି ନମ୍ବର ଅନୁଯାୟୀ ଏହାର କ୍ରମିକ ନମ୍ବର ୨୩,୨୪,୨୭,୨୮,୨୯,୩୦,୩୨ ଯାହାର କି ସମସ୍ତ ପରିମାଣର ଅଟକଳ ମୂଲ୍ୟ ୬୧ ଲକ୍ଷ ୬୪ ହଜାର ୯୦୦ ଟଙ୍କାର କାର୍ଯ୍ୟ ହୋଇନଥିଲା।ଏଥିରେ ଜନ ସାଧାରଣଙ୍କ ମନରେ ପ୍ରଶ୍ନ ଉଠୁଛି ଯେ କିଭଳି ଭାବରେ ୪୯ ଟି କାର୍ଯ୍ୟକୁ ୫୦ଟି କାର୍ଯ୍ୟ ଗାଇଡ଼ଲାଇନରେ ଦେଖାଯାଇଛି । ଏତତ୍ ବ୍ୟତୀତ ସାଧାରଣରେ ଶୁଣିବାକୁ ମିଳୁଛି ଯେ, କିଛି ରାଜନେତାଙ୍କ ଛତ୍ରଛାୟା ତଳେ ରହି ଜୈନିକ ବ୍ୟକ୍ତି ଉକ୍ତ ବାକି ରହିଥିବା ୭ ଟି ଟେଣ୍ଡର କାମକୁ ନିଜ କବ୍ଜାକୁ ଆଣିବାକୁ ଚେଷ୍ଟା ଚଳାଇଛନ୍ତି! ବାକି ରହିଥିବା ଟେଣ୍ଡର ଯାହାକି ମେଡିକାଲ ଛକ,ମାଛ ମାର୍କେଟ, ଦଣ୍ଡେଶ୍ୱର ମନ୍ଦିର ଛକ,ଭାରତ ପେଟ୍ରୋଲିୟମ, ଦିଗାପଡା ଜଙ୍କସନ ଛକ, ଏବଂ ଦୁଇଟି ଭେଣ୍ଡିଙ୍ଗ ଜୋନ ୦୧.୦୭.୨୦୨୦ ଦିନ ଟେଣ୍ଡର କାର୍ଯ୍ୟ ଅଛି ଏଣୁ ଏହା ଜଣେ ବ୍ୟକ୍ତିଙ୍କୁ ସଲାସୁତୁରାରେ ଦେବାକୁ ଉଦ୍ୟମ ଚଳାଇଥିବା ନେଇ ସାଧାରଣରେ ଚର୍ଚା ଚାଳିଛି ! | ଏହାଛଡା ଅନେକ କାର୍ଯ୍ଯର ଟେଣ୍ଡର ଓ ପୁରା ପ୍ରକ୍ରିୟାକୁ ନେଇ ସନ୍ଦେହ ହେଉଛି, ଏବଂ ଚିଠି ନମ୍ବର ୬୦୫ ବାହାରିଥିବା ୪୯ ଟି କାମ ମଧରୁ ୭ଟି କାମକୁ ଟେଣ୍ଡର ପକାଇଥିବା ବେଳେ ଆଉ ବାକି ରହିଥିବା ୪୨ ଟି କାମକୁ ପ୍ରାୟ ୪ରୁ ୫ଟି କାମ ଦୀର୍ଘ ଦିନ ଆଗରୁ ସରି ଯାଇଥିବା ବେଳେ କିଭଳି ଟେଣ୍ଡର ବାହାରୁଛି ଏ ନେଇ ଟେଣ୍ଡର ଫିକ୍ସିଂ ହେଉଥିବା ଚର୍ଚ୍ଚା ହେଉଛି। ସମସ୍ତ କାର୍ଯ୍ୟର ତଦନ୍ତ କରାଗଲେ ଦୁର୍ନୀତି ପଦାକୁ ଆସିବା ସୁନିଶ୍ଚିତ ବୋଲି ସ୍ଥାନୀୟ ବାସିନ୍ଦା ମତ ପ୍ରକାଶ କରିଛନ୍ତି।ଏହି ଦୁର୍ନୀତି କୁ ନେଇ ମଧ୍ୟ ଏନଏସି ବାସିନ୍ଦା ୨୧ ଜୁନରେ କୋଦଳା ଏନଏସି ଅଫିସକୁ ଘେରାଉ କରିଥିଲେ। ଏହି ଟେଣ୍ଡର ପ୍ରକ୍ରିୟା ଉପରେ ଏନଏସି ଏକସକ୍ୟୁଟିଭ ଅଫିସର ଶ୍ରୀ ସୁଜିତ କୁମାର ଚୌଧୁରୀଙ୍କୁ ଯୋଗାଯୋଗ କରିବାରୁ ସେ ଜେଇଙ୍କୁ ପଚାରି ଏ ଉପରେ ଅବଗତ କରିବେ କହିଛନ୍ତି। କିନ୍ତୁ ନ୍ୟୁଜ ଲେଖିବା ଯାଏଁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: