Advertisements
Monday, July 6, 2020
Home Children Issue ପାଇକମାଲ ଥାନା ଅଞ୍ଚଳରେ ପୁଣି ଏକ ଆଦିବାସୀ ଝିଅ ପ୍ରତି ବଳାତ୍କାର: ପୋଲିସ ତଦନ୍ତରେ ତନାଘନା

ପାଇକମାଲ ଥାନା ଅଞ୍ଚଳରେ ପୁଣି ଏକ ଆଦିବାସୀ ଝିଅ ପ୍ରତି ବଳାତ୍କାର: ପୋଲିସ ତଦନ୍ତରେ ତନାଘନା

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (ତା ୩୦ ୵ ୬): ଗତ କିଛି ମାସ ହେଲା ପାଇକମାଲ ଥାନା ଅଞ୍ଚଳରେ ଲଗାତାର ହତ୍ଯା,ଧର୍ଷଣ ଭଳି ଗୁରୁତର ଘଟଣା ମାନ ଘଟି ଚାଲିଛି । ଏହାର କିଛି ମାସ ଆଗରୁ ଟେମିରିମାଲ ଗ୍ରାମରେ ଜଣେ ଆଦିବାସୀ ଝିଅକୁ ବଳାତ୍କାର ଓ ହତ୍ୟା,ଛେଳିଆମାଲ ଗ୍ରାମରେ ଜଣେ ମହିଳା ଓ ଜଣେ ଝିଅ କୁ ବଳାତ୍କାର ସହିତ ହତ୍ୟା ଘଟଣା ଏବଂ ଚୁହାପାଲି ଠାରେ ଜଣେ ନାବାଳିକା ଦଳିତ ଝିଅ ପ୍ରତି ଜଣେ କ୍ରସର ମାଲିକ ଧର୍ଷଣ ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଛି ।

ପାଇକମାଲ ଥାନା ଅନ୍ତର୍ଗତ ପଥରେଲ ଗ୍ରାମରେ ଜଣେ ନାବାଳିକା ଆଦିବାସୀ ଝିଅ ପ୍ରତି ଏକ ବଳାତ୍କାର ଘଟଣା ଏବେ ସାମନା କୁ ଆସିଛି । ଗତ ଦୁଇଦିନ ହେଲା ପାଇକମାଲ ପୋଲିସ ଏ ଘଟଣାର ତନାଘନା ତଦନ୍ତ କରି ସେହି ଗ୍ରାମର ପିଣ୍ଟୁ ବରିହା, ହୀରାଲାଲ ବରିହା କୁ ମିଶାଇ ପାଞ୍ଚ ଜଣ ଯୁବକ ଙ୍କୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି । ଏ ପର୍ଯ୍ଯନ୍ତ ପୋଲିସ ସୂତ୍ରରୁ କୌଣସି ତଥ୍ଯ ହସ୍ତଗତ ହୋଇ ନ ଥିଲେ ମଧ୍ୟ ବିଶ୍ବସ୍ତ ସୂତ୍ରରୁ ଜଣା ଯାଇଛି ଯେ , ପଥରେଲ ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ଏହାର ସୁଯୋଗ ନେଇ ବିବାହ କାର୍ଯ୍ୟରେ ସମସ୍ତେ ମସଗୁଲ ଥିବା ବେଳେ କେତେକ ଯୁବକ ଘରେ ଏକାକୀ ଥିବା ଜଣେ ଆଦିବାସୀ ଝିଅକୁ ବଳାତ୍କାର କରିଥିଲେ । ଝିଅଟି ନାବାଳିକା ହେବା ସହ ଏହା ଏକ ଗଣ ବଳାତ୍କାର ଘଟଣା ବୋଲି ଗ୍ରାମରେ ଚର୍ଚ୍ଚା ହେଉଛି । ବିବାହ ପରଦିନ ଏହି ଘଟଣା ଗ୍ରାମରେ ପ୍ରଘଟ ହେବା ପରେ ଗାଁର ଗୌନ୍ତିଆ ଗ୍ରାମରେ ସଭା କରି ଅଭିଯୁକ୍ତ ମାନଙ୍କ ଠାରୁ ଜରିମାନା ଆଦାୟ କରି ଝିଅ ପରିବାର ପକ୍ଷ ଏଥିରେ ସହମତି ନ ହୋଇ ପାଇକମାଲ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏ ଭଲି ଏକ ଜଘନ୍ଯ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିବା ବ୍ଯକ୍ତି ବିଶେଷଙ୍କ ନାମରେ ମଧ୍ୟ ମକଦ୍ଦମା ଦାୟର ହେବାକଥା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: