Friday, March 29, 2024

Top 5 This Week

Related Posts

ଯୌତୁକ ଜୁଇରେ ଜଳିଲା ଆଉ ଏକ ନିରୀହ ଜୀବନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ, (୨୩/୦୭) : ନୟାଗଡ଼ରୁ ପୁଣି ସାମ୍ନାକୁ ଆସିଛି ବଧୂ ହତ୍ୟା ଅଭିଯୋଗ । ଯୌତୁକ ନଦେବାରୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ସୀତାରାମପୁର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ୩ ବର୍ଷ ତଳେ ନୟାଗଡ଼ ସଦର ଥାନା ଢିପସାହି ଗାଁ’ର ଅକୁର ସାହୁଙ୍କ ଝିଅ ରାଲିଆ ପ୍ରଧାନଙ୍କୁ ସିତାରାମପୁର ଗ୍ରାମର ବିଜୁଳି ସାହୁଙ୍କ ମଝିଆ ପୁଅ ସନ୍ୟାସୀ ସାହୁଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ ।ବିବାହ ବେଳେ ଦାବି ମୁତାବକ ଜାନି ଯୌତୁକ ଦିଆଯାଇଥିଲା । ହେଲେ ପରେ ଅଧିକ ଯୌତୁକ ଦାବି କରିଥିଲେ ଶାଶୁ ଘର ଲୋକେ । ରାଲିଆ ଏବଂ ସନ୍ୟାସୀ ଭୁବନେଶ୍ବରରେ ରହୁଥିବାବେଳେ ୧ ବର୍ଷ ହେବ ଯୌତୁକ ଏବଂ ବିଭିନ୍ନ କାରଣ ପାଇଁ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିରହିଥିଲା ।

କିଛି ଦିନ ହେବ ବାପଘର ଗାଁ ଢିପାମାଳକୁ ଆସି ରହୁଥିଲେ ରାଲିଆ । ବୁଝା ସୁଝା କରି ଗତକାଲି ଶାଶୁ ଘରେ ଛାଡ଼ି ଆସିଥିଲା ଭାଇ । ଆଜି ଝୁଲନ୍ତା ଅବସ୍ଥାରେ ମିଳିଥିଲା ଝିଅର ମୃତଦେହ । ଏ ନେଇ ପରିବାର ପକ୍ଷରୁ ସଦର ଥାନାରେ ସ୍ଵାମୀ ସନ୍ୟାସୀ ସାହୁ, ଶାଶୁ, ଶଶୁର, ଜା, ଦେଢ଼ସୁରଙ୍କ ନାମରେ ଅଭିଯୋଗ ହୋଇଛି । ତୁରନ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ପରିବାର ଏବଂ ଗାଁ ଲୋକେ ଥାନାରେ ପ୍ରତିବାଦ କରି ଦାବି କରିଛନ୍ତି । ସେପଟେ ସ୍ୱାମୀ ସନ୍ୟାସୀ ସାହୁଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ l

Popular Articles