ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୩/୦୭) : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡାକୁଲୁଗୁଡା ଠାରେ ରହିଥିବା ବୈଦୁର୍ଯ୍ୟ (ରତ୍ନ ପଥର) ଖନନ ନିମନ୍ତେ ପ୍ରଶାସନ ତରଫରୁ ଆଜି ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଖଣିକୁ ମେସେର୍ସ ବଜରଙ୍ଗିଲାଲ ଗୁପ୍ତା ୫୦ ବର୍ଷ ପାଇଁ ଲିଜ୍ ପାଇଛନ୍ତି । ଏହି ଖଣି ଖନନ ନିମନ୍ତେ ଆଜି ପରିବେଶ ମଞ୍ଜୁରୀ ନିମନ୍ତେ ଜନ ଶୁଣାଣି ହୋଇଛି । ଏହି ଜନ ଶୁଣାଣି ପାଇକଡାକୁଲୁଗୁଡା, କନ୍ଧ ଡାକୁଲୁଗୁଡା ଏବଂ ବଡଲିମା ଅଞ୍ଚଳ ଲୋକଙ୍କୁ ନେଇ ହୋବାକୁ ଥିବା ବେଳେ ଜନଶୁଣାଣି ବହୁକମ୍ ଲୋକ ଆସିଥିଲେ । ଜନ ଶୁଣାଣି ରେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ସମୋନାଥ ପ୍ରଧାନ ଏବଂ ଜିଲ୍ଲା ପ୍ରଦୁଷଣ ଅଧିକାରୀ ଅଶୋକ କୁମାର ଭୋଇ ମଞ୍ଚାସିନ ରହି ଜନ ଶୁଣାଣି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ । ପ୍ରକାଶ ଥାଉକି ୨୦୧୯ ମସିହା ରେ ପାଇକଡାକୁଲୁଗୁଡା ଅଞ୍ଚଳରେ ଏକ ବୈଦୁର୍ଯ୍ୟ ଖଣି ବିଜୟ ବଂଶଲ ଲିଜ୍ ପାଇଥିବା ବେଳେ ଆଜି ଅନ୍ୟ ଏକ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି ।
ଅନ୍ୟପକ୍ଷେ ଏହି ତିନିଖଣ୍ଡ ଗ୍ରାମ ବାସି ମାନେ ପାଇକଡାକୁଲୁଗୁଡା ଗାଁ ମୁଣ୍ଡରେ ହାତରେ ପ୍ଲାକାର୍ଡ, ବେନେର୍ ଧରି ଖଣି ଖନନକୁ ବିରୋଧ ପ୍ରଦର୍ଶନ କରିଥିଲେ । ବିଷମ କଟକ ଏସ୍.ଡି.ପି.ଓ ଆକାଶ କୁମାର ସାହୁ ଙ୍କ ପ୍ରତିକ୍ଷ ତତ୍ବାବଧାନରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ୩ଜଣ ଆଇ.ଆଇ.ସି ଙ୍କ ସମେତ ୪ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଥିଲେ । ଅପରପକ୍ଷେ ଏହି ଜନଶୁଣାଣି ର ସମସ୍ତ ପକ୍ରିୟା ର ଭିଡିଓ ଗ୍ରାଫି କରାଯାଇଛି ଏହା ରାଜ୍ୟ ସରକାର ଙ୍କ ନିକଟ କୁ ପଠାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଏଥୁ ସହିତ ଲିଜ୍ ଧାରି ତରଫରୁ ଆଗାମି ଦିନରେ ଖଣି ଅଞ୍ଚଳରେ କ’ଣ କ’ଣ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ତାର ତାଲିକା ଗଣମାଧ୍ୟମ ପ୍ରତିନିଧୁ ମାନଙ୍କୁ ପ୍ରଦାନ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପାଇକଡାକୁଲୁଗୁଡା ଗ୍ରାମ ନିକଟରେ ଥିବା ୩୮.୩୧୬ହେକ୍ଟର ପହାଡ ଜମିରେ ମୂଲ୍ୟବାନ ରନ୍ ପଥର ରହିଥିବା ବେଳେ ବାର୍ଷିକ ଉତ୍ପାଦନ କ୍ଷମତା ୪୦କେଜି ରହିଥିବାର ମଧ୍ୟ ସୂଚନା ଦିଆଯାଇଥିଲା । ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସ୍ଥାନୀୟ ବାସିନ୍ଧା ମାନଙ୍କୁ ପ୍ରତ୍ୟକ୍ଷ ତଥା ପେରାକ୍ଷ କର୍ମସଂସ୍ଥାନ ମିଳିବ, ଗ୍ରାମ ବାସିଙ୍କୁ ସ୍ୱାସ୍ଥ୍ୟ ସେବା, ପରିପାର୍ଶ୍ବକ ଉନ୍ନତି, ରାସ୍ତା, ପାନୀୟ ଜଳ ଏବଂ ବିଜୁଳି ନିମନ୍ତେ ଲିଜ୍ ଧାରି ବର୍ଷକୁ ୨୮ ଲକ୍ଷ ଟଙ୍କା ବ୍ୟୟ କରିବ ବୋଲି ସୂଚନା ଦିଆଯାଇଛି ।