Friday, March 29, 2024

Top 5 This Week

Related Posts

ଗଞ୍ଜେଇ ତସ୍କରଙ୍କ ଆକ୍ରମଣରେ ଦୁଇ ଅବକାରୀ କର୍ମଚାରୀ ଗୁରୁତର

ରିପୋର୍ଟ : ରବି ଶଙ୍କର ମହାପାତ୍ର
ବୋରିଗୁମ୍ମା, (୨୨/୭) : ବୋରିଗୁମ୍ମା ଜୟପୁର ଓ କୋଟପାଡ଼ ଅବକାରୀ ବିଭାଗ ମିଳିତ ଚଢାଉ କରିଥିବା ଜଣାପଡିଛି ।

ଓଡିଶା ଛତିଶଗଡ଼ ସୀମାନ୍ତ କୋଲାବ ନଦୀ ଉପକୂଳବର୍ତ୍ତୀ କୋଟପାଡ଼ ଥାନା ଅନ୍ତର୍ଗତ ମାଲଚାମାଲ ଗ୍ରାମ ନିକଟସ୍ଥ ଘୋଡାଘାଟ ନିକଟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଅବକାରୀ ବିଭାଗ ଖବର ପାଇ ଜୟପୁର, କୋଟପାଡ଼, ଓ ବୋରିଗୁମ୍ମା ଅବକାରୀ ବିଭାଗ କର୍ମଚାରି ମିଳିତ ଭାବେ ଚଢାଉ କରିଥିଲେ । ଏହି ଚଢାଉ ସମୟରେ ଗଞ୍ଜେଇ ତସ୍କରମାନେ ଅବକାରୀ କର୍ମଚାରି ମାନଙ୍କୁ ଆକ୍ରମଣ କରିଥିବାର ଜଣାପଡିଛି । ଏଥିରେ ଦୁଇ ଅବକାରୀ କର୍ମଚାରି ଗୁରୁତର ଆହତ ହେଇଥିବାରୁ ଉଭୟଙ୍କୁ କୋଟପାଡ଼ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିଙ୍ଗସ୍ ବାର ଓ ରେଷ୍ଟୁରାଣ୍ଡର ମ୍ୟାନେଜର ରାଜେଶ କୁମାର ଖବର ପାଇ ହସ୍‌ପିଟଲରେ ପହଞ୍ଚି ଆହତମାନଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ।କୋଟପାଡ଼ ଥାନାକୁ ଅବକାରୀ ବିଭାଗ ଖବର ଦେଇଥିଲେ ।

ପ୍ରାଥମିକ ଚିକିଛା ପରେ ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବାର ଜଣାପଡିଛି । ଶୁକ୍ରବାର ରାତ୍ର ୨ ଘଣ୍ଟା ସମୟରେ କୋଟପାଡ଼ ଥାନା ଅନ୍ତର୍ଗତ ମାଲଚାମାଲ ଜଙ୍ଗଲ ଘ ଘୋଡାଘାଟରେ ଜୟପୁର ଅବକାରି IIC ଙ୍କ ତତ୍ତ୍ୱାବଧାନରେ କୋଟପାଡ଼, ବୋରିଗୁମ୍ମା,ଜୟପୁର ଅବକାରି ବିଭାଗର ମିଳିତ ଭାବରେ ଚଢାଉ କରାଯାଇଥିଲା, ଚଢାଉ ସମୟରେ ୨୦/ ୨୫ ଜଣ ଗଞ୍ଜେଇ ତସ୍କର ଅବକାରୀ ପୋଲିସ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ଏବଂ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ,ମାଫିଆଙ୍କ ଆକ୍ରମଣରେ ଜଣେ କନେଷ୍ଟବଳ ଏବଂ ଜୟପୁର ଅବକାରି ଆଇ, ଆଇ, ସି, ହୋରବତ ବିଶ୍ୱାସ ଆହତ ହୋଇଛନ୍ତି । ଗୁରୁତର କନେଷ୍ଟବଳଙ୍କ ନାମ ମେଘନାଦ ଶବର ବୋଲି ଜଣାପଡିଛି । ଆହତ ହେବାପରେ ଉଭୟଙ୍କୁ ପ୍ରଥମେ କୋଟପାଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ପ୍ରାପ୍ତ ସୂଚନା ଅନୁସାରେ ଆହତ ମାନଙ୍କର ବର୍ତ୍ତମାନ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଚିକିତ୍ସା କରାଯାଉଥିବା ଜଣାପଡିଛି l କୋଟପାଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏଥି ପୂର୍ବରୁ ଏହି ଅଞ୍ଚଳରେ ଅନେକ ଥର ଅବକାରୀ ବିଭାଗ ଚଢାଉ କରିଥିବାର ନଜର ରହିଛି କିନ୍ତୁ କହାକୁ ବି ଗିରଫ କରିଥିବା ଜଣାପଡିନାହିଁ । ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିବେଷ୍ଟିତ ରହିଥିବା ବେଳେ ଛତିଶଗଡ଼ ଅଞ୍ଚଳକୁ ଚୋରା ରାସ୍ତା ରହିଛି । ଫଳରେ ଗଞ୍ଜେଇ ମାଫିଆ ମାନେ ପୁଲିସକୁ ଚକମା ଦେଇ ଗଞ୍ଜେଇ ପାର କରୁଛନ୍ତି । ଏହି ଅଞ୍ଚଳକୁ ଜଙ୍ଗଲ ମଧ୍ୟ ଦେଇ ମାଲକାନଗିରି, ମାତିଲି, ବୈପାରୀଗୁଡା, ଗୁପ୍ତେଶ୍ୱର ପ୍ରଭୃତିି ଅଞ୍ଚଳକୁ ରାସ୍ତା ରହିଥିବା ବେଳେ କୋଲାବ ନଦୀ ପାର ହେବାକୁ ପଡିଥାଏ ତେଣୁ ଗଞ୍ଜେଇ ମାଫିଆ ମାନେ ଏହାର ଫାଇଦା ଉଠାଉଥିବା ଜଣାପଡୁଛି lଉକ୍ତ ଘଟଣା ପରେ କୋଟପାଡ଼ ପୋଲିସ ତନାଘନା ଆରମ୍ଭ କରିଥିବା ଜଣାପଡିଛି । ଗତ ବିଳମ୍ବିତ ରାତ୍ରିରେ ଘଟିଥିବା ଏହି ଘଟଣାକୁ ଜନ ସାଧାରଣରେ ତୀବ୍ର ନିନ୍ଦା କରାଯାଇଥିବା ବେଳେ ସହରରେ ଜାତୀୟ ରାଜପଥ କଡ଼ ଠାରୁ ଆରମ୍ଭ କରି ସମସ୍ତ ସାହିର ଗୋଳି କନ୍ଦିରେ ହୋଟେଲ ଢ଼ାବା ତେଜ ରାତି ଓ ପାନ ଦୋକାନ ମାନଙ୍କ ରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ କେବେ ହେବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।

Popular Articles