Advertisements
Monday, July 6, 2020
Home Uncategorized ପି.ଏଚ.ଡି ର ମୁଖ୍ୟ ପାଣି ପାଇପ ଉପରେ ଡ୍ରେନ ନିର୍ମାଣ

ପି.ଏଚ.ଡି ର ମୁଖ୍ୟ ପାଣି ପାଇପ ଉପରେ ଡ୍ରେନ ନିର୍ମାଣ

ରିପୋର୍ଟ : ନିରୋଜ କୁମାର ପାଣି //
ପଦ୍ମପୁର(୨୯/୦୬): ବର୍ତମାନ ସାର ପୃଥିବୀ କୁ କରୋନା ଗ୍ରାସ କରି ଭୟ ର ବାତାବରଣାତା ରେ ଥରହର ହେଉଥିବାବେଳେ ସର୍ବସାଧାରଣ ସରକାର ତଥା ପ୍ରଶାସନିକ କାର୍ଯ୍ୟ ଏବଂ ବ୍ୟବସ୍ଥା ଉପରେ ସମ୍ପୁର୍ଣ୍ଣ ଭାବେ ନିର୍ଭରଶୀଳ |

ହେଲେ ବରଗଡ ଜିଲ୍ଲା ପଦ୍ମପୁର ସଦର ମହକୁମା ର ବର୍ତମାନ ର ମୁଖ୍ୟ ଭେଉଁରିଆ ଛକ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ଓ୍ୱେ କଡରେ ପଦ୍ମପୁର ପୂର୍ତ୍ତ ବିଭାଗ ପକ୍ଷରୁ ନବ ନିର୍ମିତ ଡ୍ରେନ ପଦ୍ମପୁର ସହର କୁ ସପ୍ଲାଇ ହେଉଥିବା ପିଇବା ପାଣି ପାଇପ ଉପରେ ଦାଦାଗିରୀ କଲାଭଳି ନର୍ମାଣ କରା ଯାଉଛିା ପିଇବା ପାଇପ ଉପରେ ଡ୍ରେନ ନିର୍ମାଣ କେତେ ଯୁକ୍ତିଯୁକ୍ତ ତାହା ଆପଣ ମାନେ ହିଁ ବିଚାର କରିବେ | ପିଇବାପାଣି ଉପରେ ଡ୍ରେନ ନିର୍ମାଣ ଦ୍ୱାରା ଭବିଶ୍ୟତ ରେ ଯଦି କୌଣସି କାରଣ ରୁ ପାଇପରେ ଫାଟ କିମ୍ବା ବ୍ଲକେଜ ସୃଷ୍ଟି ହୁଏ ତେବେ ସହରବାସୀ ଙ୍କୁ ଡ୍ରେନ ତଳେ ଥିବା ପାଇପର ଦୁଷିତ ଜଳ ପିଇବାକୁ ପଡିବା ନିଶ୍ଚିତ | କାର୍ଯ୍ୟ ପ୍ରାୟ ଅଧା ହେବାକୁ ବସିଥିବାବେଳେ ବର୍ତମାନ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ତଥା ଜନସ୍ୱାସ୍ଥ୍ୟ ବିଭାଗୀୟ ଉଚ୍ଚପଦସ୍ଥ ହାକିମ ବାବୁ ଙ୍କ ଦୃଷ୍ଟିଗୋଚର କୁ କେମିତି ଆସିନି କି ଆଖି ବୁଜି ନାଟକ ବାଜି କରୁଛନ୍ତି ତାହା ବର୍ତମାନ ଏକ ଚର୍ଚ୍ଚା ର ବିଷୟ ଅଟେ | ଅନ୍ୟପଟେ ଦେଖିବାକୁ ଗଲେ ପଦ୍ମପୁର ଉଚ୍ଚପଦସ୍ଥ ସାମାଜିକ କର୍ମୀ ଜନପ୍ରତିନିଧି,ବିଭିନ୍ନ ଅନୁଷ୍ଠାନ ତଥା ସଚେତନ ନାଗରିକ ବୃନ୍ଦ ପ୍ରତିଦିନ ଏହି ରାସ୍ତା ଦେଇ ଯିବାଆସିବା କରଥିଲେ ମଧ୍ୟ କୌଣସି ପ୍ରକାର ର ପଦକ୍ଷେପ କିମ୍ବା ବିରୋଧ କରୁନଥିବା ହେତୁ ପଦ୍ମପୁର ସହରବାସୀ ଙ୍କ ମନରେ ଅନେକ ଅସନ୍ତୋଷ ସୃଷ୍ଟି ହୋଇଛିାଅନ୍ୟ ପକ୍ଷରେ ପଦ୍ମପୁର ରୁ ବସନା ଯାଉଥିବା ରାସ୍ତାକଡ ର ନୂତନ ନାଳ ନିର୍ମାଣ କାମରେ ମଧ୍ୟ ବେଖାତିର କରିବା ଏବଂ ବିପଦ ପୂର୍ଣ୍ଣ ଅବସ୍ଥା ରେ ପତିତ କୌଣସି ଫଳକ କିମ୍ବା ସୂଚକ ନ ଲଗାଇ ଡ୍ରେନ ପାଇଁ ଗାତ ଖୋଳା ହୋଇ ଖୋଲାଛାଡି ଦେବା ଫଳରେ ଗୃହ ପାଳିତ ପଶୁ ଯଥା ଗାଇ ଗୋରୁ ମେଣ୍ଢା,ଛେଳି,କୁକୁର ଗାତରେ ପଡିଯିବାର ଆଶଙ୍କା ସହ ସର୍ବସାଧାରଣ ମଧ୍ୟ ପଡିଯିବାର ଭୟ ଦେଖାଦେଇଛିାପଦ୍ମପୁର ସହର ର ଶାନ୍ତିନଗର ପଡା କୁ ଯାଉଥିବା ରାସ୍ତା ମଝିରେ ମଧ୍ୟ ଗାତଖୋଳି ବହୁଦିନ ହେଲା ଛାଡି ଦେଇଥିବାବେଳେ ବର୍ତମାନ ବର୍ଷା ପାଣି ରେ ଗାତପୁରି ଯାଇ ସମତଳ ଭଳି ଦେଖା ଦେବାଫଳରେ ଗାତ କୁ ରାସ୍ତା ଭାବି ଦୁର୍ଘରଣା ହେବାର ସମ୍ଭାବନା ଅଧିକ |

ଏସବୁକୁ ଦୃଷ୍ଟିରେ ରଖି ପୁର୍ତ୍ତ ବିଭାଗ ର କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର କିଶାନ ଙ୍କୁ ଅବଗତ କରାଯାଇଥିବା ବେଳେ ସେ ଭୁଲ ନ ମାନି ଓଲଟା ଯୁକ୍ତି କରିବା ଠିକ କି ? ପରେ କଥା ଅଧିକ ବଢିବାରୁ ଉକ୍ତ ସ୍ଥାନ ରେ କିଛି ଫିତା ଲଗାଇ ସ୍ଥାନ କୁ ଘେରାଉ କରିଛନ୍ତିା ପ୍ରଶାସନିକ ଅଧିକାରି ଙ୍କ ଏପରି ମନ୍ତବ୍ୟ ଏବଂ ଯିକ୍ତିତର୍କ କୁ ବୁଦ୍ଧିଜିବୀ ମହଲ ରେ ସମାଲୋଚନା ର ବିଷୟ ବସ୍ତୁ ପାଲଟିଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: