Advertisements
Monday, July 6, 2020
Home District News ଶ୍ରମଜୀବୀ ସଂଗଠନ ତରଫରୁ ଦାବି ପତ୍ର ପ୍ରଦାନ

ଶ୍ରମଜୀବୀ ସଂଗଠନ ତରଫରୁ ଦାବି ପତ୍ର ପ୍ରଦାନ

ରିପୋର୍ଟ: ଜଗନ୍ନାଥ ଦଳେଇ //
ଖଇରପୁଟ(୩୦/୦୬): ମାଲକାନଗିରି ଜିଲ୍ଲା,ଖଇରପୁଟ ବ୍ଲକର ଶ୍ରମଜୀବୀ ସଂଗଠନ ତରଫରୁ ବିଡ଼ିଓଙ୍କ ଜରିଆରେ ମୂଖ୍ୟ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।ଦାବି ପତ୍ରରେ ଉଲେଖେ କରାଯାଇଛି ଯେ ମହାମାରୀ କୋଭିଡି 19 ପାଇଁ ସାରା ଭାରତରେ ଲକୋଡାଉନ ଘୋଷଣା କରାଯାଇଥିବା ରୁ ଶ୍ରମଜୀବୀ ମାନଙ୍କର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଯାଇଛି।

ଯାହା ଫଳରେ ପଇସା ଏବଂ ରୋଜଗାର ଅଭାବ ଅସୁବିଧା ଦେଇ ଗତି କରୁଛି।ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ଯାଇଥିବା ଶ୍ରମିକମାନେ ଫେରିଆସି ମନରେଗା କାମରେ ଯୋଗ ଦେଇଛନ୍ତି। ଯେଉଁ ମାନଙ୍କର ଜବ କାର୍ଡ ନାହିଁ ସେମାନଙ୍କର ଜବ କାର୍ଡ ତିଆରି କରିବା ପାଇଁ ପ୍ରହାସ କରାଯାଇଛି।ଏହା ମଧ୍ୟରେ ମନରେଗା କାମ କରିବା ପାଇଁ ଆଗ୍ରହ ବଡ଼ୁଚି,କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାର ତରଫରୁ ସେମାନଙ୍କ କୌଣସି ଆର୍ଥିକ ସହାୟତା ଦେବା ପାଇଁ ଆଗ୍ରହ ପ୍ରକାଶ କରିବାର ଲକ୍ଷଣ ଦେଖାଯାଉ ନାହିଁ।ସେନେଇ ଆଜି ଖଇରପୁଟ ଅଞ୍ଚଳର ଶତାଧିକ ଶ୍ରମିକ ମାନେ ବିଡ଼ିଓଙ୍କ ଜରିଆରେ ମୂଖ୍ୟ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।ଏଥିରେ ଜିଲ୍ଲା ସଭାପତି ଘାସି ରାମ ଗୁଟା,ବ୍ଲକ୍ ସଭାପତି ରେଲି ଖିଲ,ବ୍ଲକ୍ ସେକ୍ରେଟାରୀ ସୂର୍ଯ୍ୟ ନାୟକ ଗୋବର୍ଦ୍ଧନ ପାଙ୍ଗି,ଲବ ଗଲାରି,କୃଷ୍ଣ ସୀସା,ସୁକ୍ରା ଗୁରୁତୁଲି,ମୁକୁନ୍ଦ ମଝି,ସୋମନାଥ ପଳାସି,ବାଗ ଦାସ, ବୁଦ୍ରା କିର୍ଷାନି,ଲବ ପୂଜାରୀ, ପଦଳାମ ପାଙ୍ଗି,ସୁବାଷ ଖିଲ ପ୍ରମୁଖ ସାମିଲ ହୋଇଥିଲେ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: