Thursday, March 28, 2024

Top 5 This Week

Related Posts

ମନ୍ଦିର ନିକଟରେ ଖୋଲାମ ଖୋଲା ବିକ୍ରୟ ହେଉଛି ଦେଶୀ ଓ ବିଦେଶୀ ମଦ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୩/୦୭) : ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀ ମନ୍ଦିର ନିକଟରେ ଖୋଲାମ୍ ଖୋଲା ଚାଲିଛି ଦେଶୀ ଓ ବିଦେଶୀ ମଦ ବ୍ୟବସାୟWhatsApp Image 2023 07 22 at 20.16.06 ମନ୍ଦିର ନିକଟରେ ଖୋଲାମ ଖୋଲା ବିକ୍ରୟ ହେଉଛି ଦେଶୀ ଓ ବିଦେଶୀ ମଦ

ଚେଇଁ ଶୋଇ ରହିଛି ଅବକାରୀ ବିଭାଗ ଓ ଟାଉନ୍ ଥାନା ପୋଲିସ । ମାଁ ମଝିଘରିଆଣୀ ଙ୍କ ଦର୍ଶନ କରିବା ପାଇଁ ପୋଡ଼ଶି ରାଜ୍ୟ ଆନ୍ଦ୍ର, ଛତିସଗଡ଼ ଓ ଆଖପାଖ ଅଞ୍ଚଳରୁ ରବିବାର ଆସିଲେ ଭକ୍ତ ଙ୍କ ଜନ ସମୁଦ୍ର ଦେଖିବାକୁ ମିଳେ । ଭକ୍ତ ନିଜର ମନସ୍କାମନା ପୁରଣ ପାଇଁ ଦୁର ଦୁରାନ୍ତରୁ ଆସି ଦର୍ଶନ କରିବା ସହ ଛେଳି, କୁକୁଡ଼ା ବଳି ଚଡାଇ ଥାଆନ୍ତି । ସେଗୁଡ଼ାକ ରୋଷେଇ କରି ଖାଇବା ସମୟରେ ଜମିଥାଏ ମଦ ର ଆସର । ମଦ ର ଆବଶ୍ୟକତାକୁ ଲକ୍ଷ୍ୟ କରି ସ୍ଥାନୀୟ ଅଞ୍ଚଳର ଅଧିକାଂଶ ବ୍ୟବସାୟୀ ଦେଶୀ ଓ ବିଦେଶୀ ମଦ ଖୋଲାମ ଖୋଲା ଡାକି ଡାକି ବିକ୍ରୟ କରୁଥିବା ଦେଖିବାକୁ ମିଳୁଛି । ମଦ ପିଇ ସାରିବା ପରେ ନିଶାସକ୍ତ ଅବସ୍ଥାରେ କିଏ ନିଜର ଟଙ୍କା ପଇସା ଓ ସ୍ତ୍ରୀ ଲୋକ ଙ୍କ ଗହଣା ହଜାଇ ଥାଏ, ତ ଆଉ କିଏ ନିଜ ପରିବାରକୁ ଛାଡି ରାସ୍ତା ଉପରେ ମାତାଲ୍ ହୋଇ ପଡ଼ି ରହିଥାଏ । ଏପରିକି ମଦ ର ମୂଲ୍ୟ କମ୍/ଅଧିକ କୁ ନେଇ ସ୍ଥାନୀୟ ଲୋକମାନଙ୍କ ସହ ଝୋଗଡ଼ା ଓ ମାରପିଟ୍ ମଧ୍ୟ ହୋଇଥାଏ ।

ଏପରିକି ଟ୍ରାଫିକ ନିୟନ୍ତ୍ରଣ ଓ ଜରୁରୀ କାଳୀନ ସେବା ଓ ଯାତାୟାତ ରେ ମଧ୍ୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି । ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିଲା ବେଳେ, ରାୟଗଡା ଅବକାରୀ ବିଭାଗ ପକ୍ଷରୁ କୌଣସି ପ୍ରକାର ଚଢାଉ କିମ୍ବା ରାୟଗଡା ଟାଉନ୍ ଥାନା ପୋଲିସ ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଏ ନେଇ ରାୟଗଡା ସହର ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିବା ସହ ରାୟଗଡା କୁ ଲୋକେ ମନ୍ଦିର ଦର୍ଶନ ପାଇଁ କମ ଏବଂ ମଦ ପିଇବା ପାଇଁ ଅଧିକ ଆସୁଛନ୍ତି ବୋଲି କହିଛନ୍ତି । ବର୍ତ୍ତମାନ୍ ଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ଯଦି କୌଣସି କାର୍ଯୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ଆଗକୁ ଉକ୍ତ ଅଞ୍ଚଳକୁ ରବିବାର ଆସିଲେ ଲୋକେ ମନ୍ଦିର ଯିବାକୁ ଭୟ କରିବେ ବୋଲି କହିଛନ୍ତି ।

Popular Articles