ବିଭିନ୍ନ ଜଙ୍ଗଲରୁ ୩୩୨ କେଜି ଗଞ୍ଜେଇ ଜବତ, ପୋଲିସକୁ ଦେଖି ୪ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ

0
80

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୨୨/୦୭) : ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ ବିଭିନ୍ନ ଜଙ୍ଗଲରେ ଚଢ଼ାଉ କରି ୩୩୨ କେଜି ଗଞ୍ଜେଇ ଜବତ କରିଛି । ପୋଲିସକୁ ଦେଖି ୪ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି ।

ଭୃଙ୍ଗିଯୋଡ଼ି ପଞ୍ଚାୟତ ଅନ୍ତର୍ଗତ ଦଦିଲାଇ ଗାଁ ନିକଟ କାଠକୁଟିର ଜଙ୍ଗଲରେ ଚଢ଼ାଉ କରି ଗଞ୍ଜେଇ ଜବତ କରାଯାଇଛି । ଫିରିଙ୍ଗିଆ ଥାନାରେ କେସ ନଂ ୧୨୬/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ଫିରିଙ୍ଗିଆ ଥାନା ଅଧୁକାରୀ ସୂଚନା ଦେଇଛନ୍ତି । ସେହିଭଳି କୁଟୁଣିପଦରରେ ଚଢ଼ାଉ କରାଯାଇ ୨୨ କିଲୋ ଗଞ୍ଜେଇ ସହ ଏକ ବାଇକ୍ ଜବତ କରାଯାଇଛି । ଏହି ଘଟଣାରେ ଦୁଇ ଅଭିଯୁକ୍ତ ସଦର ଥାନା ଅନ୍ତର୍ଗତ ଅରାପାଜୁ ଗ୍ରାମର ପଣ୍ଡିତ ଦିଗାଲ ଓ କାର୍ତ୍ତିକ ଦିଗାଲଙ୍କୁ ଗିରଫ କରାଯାଇଛି ।