Advertisements
Friday, July 3, 2020
Home District News ବଡ଼କୁଟ୍ରୁ ଠାରେ କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବଡ଼କୁଟ୍ରୁ ଠାରେ କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //
କଳାହାଣ୍ଡି (୨୯/୦୬): କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ବଡ଼କୁଟ୍ରୁ ପଞ୍ଚାୟତ ଅଫିସ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ଜୟପାଟଣା ଥାନା ଅଧିକାରୀ ରଶ୍ମିତା ପ୍ରଧାନ, କୁଟ୍ରୁ ଫାଣ୍ଡି ଅଧିକାରୀ କୃତିବାସ ପୁଝାରୀ, ଫାଣ୍ଡି କର୍ମଚାରୀ, ସ୍ଥାନୀୟ ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ ଓ ଶିବିରରେ COVID-19 କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା।

ଏହି ମେଗା ରକ୍ତଦାନ ଶିବିରରେ ୧୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ କଲମପୁର ବ୍ଲକର ଜିଲ୍ଲା ପରିଷଦ ସଭ୍ୟ ବିଜୟଦେବ ସାହୁ, ସ୍ଥାନୀୟ ସମାଜସେବୀ ଯଥା ଗୁନଗୁନିଆ ଗ୍ରାମର ଚିତ୍ତରଞ୍ଜନ ପଣ୍ଡା ଓ ସୁଦାମ ପଟେଲ, ବିଜମରା ଗ୍ରାମର ମହେନ୍ଦ୍ର ମାଝୀ ଓ କୁଞ୍ଜବନ ସାହୁ, ଧନପୁର ଗ୍ରାମର ରିଙ୍କୁ ବେହେରା, ବଡ଼କୁଟ୍ରୁ ଗ୍ରାମର ଅଭିମନ୍ୟୁ ନାଏକ ସମେତ ଭବାନୀପାଟଣା ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଶିବିରରେ ସ୍ଥାନୀୟ ବାସିନ୍ଦା ମାନେ ଯୋଗଦେଇ ରକ୍ତଦାନ କରିଥିଲେ। ରକ୍ତଦାତା ମାନଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ସାନିଟାଇଜ କରାଯାଇ ମାସ୍କ ବଣ୍ଟନ କରାଯାଇଥିଲା।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କୋଭିଡ ନିୟମ ଉଲ୍ଲଘଂନକାରି ଦୋକାନୀଙ୍କୁ ଫାଇଁନ୍

ରିପୋର୍ଟ: ଓଡିଶା ନ୍ୟୁଜ୨୪ବ୍ୟୁରୋ //କର୍ଲାମୁଣ୍ଡା (୦୨/୦୭): କର୍ଲାମୁଣ୍ଡା ସଦର ଠାରେ କୋଭିଡ-୧୯ ଗାଇଡଲାଇନକୁ ଆଖିଆଗରେ ରଖି ଖୁଲାଖୁଲି ଉଲଂଘନ କରିଥିବା କେତେ ଜଣ ଦୋକାନୀଙ୍କଠୁ ଏବଂ ମାସ୍କ୍ ପିନ୍ଧି...

ପୁଣି ବଲାଙ୍ଗୀର ରେ ୧୯ ଜଣ କାରଣ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ଆଜି ୫୬୧ ଜଣ ରୋଗୀ ଚିହ୍ନଟ

ଭୁବନେଶ୍ୱର(୦୩/୦୭): ରାଜ୍ୟରେ ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛି ମହାମାରୀ କରୋନା । ଆଜି ପୁଣି ୫୬୧ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୪୨୫...

ଜେକେ କାଗଜ କଳ ଓ ସ୍ପର୍ଶ ସୋସିଆଲ ଫାଉଣ୍ଡେସନ ଜରିଆରେ ଧାନ ବିହନ ବଣ୍ଟନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ଜେ କେ କାଗଜ କଳ ଓ ସ୍ପର୍ଶ ସୋସିଆଲ ଫାଉଣ୍ଡେସନ ଜରିଆରେ...

କୋରାପୁଟ ବନ ବିଭାଗ ମାଗଣାରେ ବାଣ୍ଟିବ ୭ ଲକ୍ଷ ୫୦ ହଜାର ଚାରା

ରିପୋର୍ଟ: ଜିଲ୍ଲା ପ୍ରତିନିଧି ରବିଶଙ୍କର ମହାପାତ୍ର //କୋରାପୁଟ ( ୨/୭): କୋରାପୁଟ ଆଞ୍ଚଳିକ ମୂଖ୍ୟ ବନ ସଂରକ୍ଷକ ଶ୍ରୀ ସୁଦୀପ୍ତ ଦାଶ(I. F. S.) ତଥା କୋରାପୁଟ ବନଖଣ୍ଡ...

Recent Comments

%d bloggers like this: