Thursday, March 28, 2024

Top 5 This Week

Related Posts

ଦୁଇ ଭାଇଙ୍କୁ ବନ୍ଧୁକ ଦେଖାଇ ଅପହରଣ କଲେ ଦୁବୁର୍ତ୍ତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୨/୦୭) : ଫିଲ୍ମ ଷ୍ଟାଇଲରେ ବନ୍ଧୁକ ମୁନରେ ଦୁଇ ଭାଇଙ୍କୁ ଅପହରଣ କଲେ ଦୁବୁର୍ତ୍ତ । ଉତ୍ୟକ୍ତ ଲୋକେ ୫ ଘଂଟା ଧରି ଜାତୀୟ ରାଜପଥକୁ କଲେ ଅବରୋଧ ।

ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗଞ୍ଜାମ ଥାନା ଠାରୁ ମାତ୍ର ୩୦ ମିଟର ଦୂରରେ । ସୂଚନା ମୁତାବକ ପୁଇଁତୋଳା ଗ୍ରାମର ଦୁଇ ଭାଇ ପଞ୍ଚୁ ସାହୁ ଏବଂ କୃଷ୍ଣ ସାହୁ ନିଜ ଦୋକାନରେ ବସିଥିବା ବେଳେ ୭ ରୁ ୮ ଜଣ ଦୁବୁର୍ତ୍ତ ଦୁଇଟି କାରରେ ଆସି ବନ୍ଧୁକ ଦେଖାଇ ଅପହରଣ କରି ବ୍ରହ୍ମପୁର ଅଭିମୁଖେ ଚାଳିଯାଇଥିଲେ । ଘଟଣା ପରେ ପୋଲିସର ନିଷ୍କ୍ରିୟତା ଏବଂ ଅପହରଣ ହୋଇଥିବା ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର ଦାବି ନେଇ ପରିବାର ଲୋକଙ୍କ ଏବଂ ଶହ ଶହ ଗ୍ରାମବାସୀ ଜାତୀୟ ରାଜପଥରେ ଧାରଣା ଦେବା ସହ ଅବରୋଧ କରିଥିଲେ । ଦୀର୍ଘ ୫ ଘଂଟା ଧରି ଶହ ଶହ ଗାଡି ରାଜରାସ୍ତାରେ ଅଟକି ରହିଥିଲା । ପରବର୍ତ୍ତୀ ସମୟରେ ପୋଲିସ ଆସି ବୁଝା ସୁଝା କରିବା ପରେ ଲୋକମାନେ ରାସ୍ତାରୁ ଉଠିଥିଲେ । ତେବେ ଘଟଣାକୁ ଏତେ ଘଣ୍ଟା ୧୨ଘଣ୍ଟା ବିତିଯାଇଥିଲେ ସୁଧା ଏ ପର୍ଯ୍ୟନ୍ତ ଅପହୃତ ମାନଙ୍କର ଖୋଜଖବର ପାଉନି ପୋଲିସ ।

ଅପହରଣକାରୀଙ୍କ କିଛି ସିସିଟିଭି ଭିଜୁଆଲ ପୋଲିସ ହାତରେ ଲାଗିଛି । ସେପଟେ ପରିବାର ଏବଂ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଅପହରଣ ହୋଇଥିବା ଦୁଇଜଣଙ୍କ କାହା ସହିତ କିଛି ଶତ୍ରୁତା ନାହିଁ । କିଏ କାହିଁକି ଅପହରଣ କଲା ତାହା ତଦନ୍ତ କରାଯାଇ ସୁରକ୍ଷିତ ଭାବେ ସେମାନଙ୍କୁ ଉଧାର କରାଯାଉ ବୋଲି ଦାବି କରିଛନ୍ତି ପରିବାର ଲୋକେ । ଅନ୍ୟପଟେ ଘଟଣାର ତଦନ୍ତ ଚାଲିଛି ବୋଲି କହିଛନ୍ତି ଅତିରିକ୍ତ ଏସ୍ପି ଅଜୟ କୁମାର ମିଶ୍ର ।

Popular Articles