Advertisements
Monday, July 6, 2020
Home District News ରାୟଗଡା ଜିଲ୍ଳାପାଳଙ୍କ ବିଷମକଟକ ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

ରାୟଗଡା ଜିଲ୍ଳାପାଳଙ୍କ ବିଷମକଟକ ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ଼ା/ବିଷମକଟକ (୨୭/୦୬): ରାୟଗଡ଼ା ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଜିଲ୍ଲାର ବିଭିନ୍ନ ବ୍ଲକକୁ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି । ଆଜି ବିଷମକଟକ ବ୍ଲକର ନାନୀରଗୁଡା ଗ୍ରାମର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଛାତ୍ରାବାସ ପରିଦର୍ଶନ କରିଥିଲେ ।

ଏଥିରେ ସମ୍ମାନିତ ଆଦିବାସୀ ଉନ୍ନୟନ ସଂସ୍ଥା ଗୁଣପୁର ପ୍ରକଳ୍ପ ନିର୍ଦେଶକ ଶ୍ରୀ ଗୋରଚାନ୍ଦ ଗମାଙ୍ଗ ଉପସ୍ଥିତ ଥିଲେ । ଏହାପରେ ଝିଗିଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉର୍ଲାଜଡି ଗ୍ରାମରେ ମନରେଗା ଯୋଜନାରେ ଚାଲୁରହିଥିବା ପୋଖରୀ ଖନନ ଓ କେନାଲ ନିର୍ମାଣ କରଣ କାର୍ଯ୍ୟ ବୁଲି ଦେଖିବା ସହିତ ଶ୍ରମିକ ମାନଙ୍କ ସହ ମଜୁରୀ ଠିକ ଭାବରେ ପାଉଛନ୍ତି ନା ନାହିଁ ପଚାରି ବୁଝିବା ସହିତ ବିଭିନ୍ନ ସାମାଜିକ ସହାୟତା ଯୋଜନା ଯଥା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଚାଉଳ ପାଉଛନ୍ତି କି ନାହି ପଚାରି ବୁଝିଥିଲେ ।ଏହାପରେ ଜିଲ୍ଳାପାଳ ହାଟ ମୁନିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବକ୍ସି ଶିରିପୁର ଗ୍ରାମରେ ମନରେଗା ଯୋଜନାରେ ଚାଲିଥିବା ପୋଖରୀ ଖନନ କାମ ଏବଂ କୁଟ୍ରାଗଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ହୁକୁମତୋଳା ମନରେଗା ଯୋଜନା ରେ ଚାଲିଥିବା ପୋଖରୀ ଖନନ କାମ ପରିଦର୍ଶନ କରିବା ସହ ସେଠାରେ କାର୍ଯ୍ୟରତ ୬୫ଜଣ ନିର୍ମାଣ ଶ୍ରମିକ ମାନଙ୍କ ସହିତ ଆଲୋଚନା କରିଥିଲେ । ମଜୁରି ଠିକ ସମୟରେ ପାଉଛନ୍ତି କି ନାହିଁ ସେ ବିଷୟରେ ପଚାରି ବୁଝିଥିଲେ ଓ ବିଡ଼ିଓ, ଜନ୍ତ୍ରୀଙ୍କୁ ଠିକ ଭାବରେ ମଜୁରି ପ୍ରଦାନ କରିବାନିମନ୍ତେ ନିର୍ଦ୍ଧେଶ ଦେଇଥିଲେ ।

ଜିଲ୍ଳାପାଳଙ୍କ ଏହି ପରିଦର୍ଶନ ବେଳେ ବିଡ଼ିଓ ବିଷମକଟକ ଆଲଭର୍ଟ ଲାକ୍ରା, ତହସିଲଦାର ବିଷମ କଟକ ଶୁଭେନ୍ଦୁ ଜେନା ସହକାରୀ ଯନ୍ତ୍ରୀ ପ୍ରଶାନ୍ତ ପାଣିଗ୍ରାହୀ, ଏପିଓ, କନିଷ୍ଟ ଜନ୍ତ୍ରୀ ସରପଞ୍ଚ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: