Advertisements
Monday, July 6, 2020
Home headline ଓଡିଶା କୁ ସ୍ୱତନ୍ତ୍ର ପାହ୍ୟା ଦାବିରେ ପଦଯାତ୍ରା କରୁଛନ୍ତି ସତ୍ୟବ୍ରତ

ଓଡିଶା କୁ ସ୍ୱତନ୍ତ୍ର ପାହ୍ୟା ଦାବିରେ ପଦଯାତ୍ରା କରୁଛନ୍ତି ସତ୍ୟବ୍ରତ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ (ତା ୨୮/୬/୨୦): ଓଡିଶାକୁ ସ୍ୱତନ୍ତ ପାହ୍ୟା ଦାବିରେ ଅଭିଯାନ ଆରମ୍ଭ କରିଥିବା ଜଣେ ସଚେତନତା ମଞ୍ଚ ଆବାହକ ସତ୍ୟବ୍ରତ ଦାସ ରବିବାର ଦିନ ବନ୍ଧୁଗାଁ ବ୍ଲକଠାରେ ପହଂଚି ଥିଲେ | ଆଜି ରବିବାର ଦିନ ହୋଇଥିବାରୁ ବ୍ଲକରୁ କିଛି ସରକାରୀ କର୍ମଚାରୀ ମାନେ ଛୁଟି ହୋଇଥିବାରୁ ନିଜ ଗାଁକୁ ଚାଲିଥିଲେ | ବିଡ଼ିଓ ମଧ୍ୟ କୁମ୍ଭାରୀ ପୁଟ ଠାରେ ରହିଥିବା ବିଏସଏଫ କେମ୍ଫଠାରେ ଜଣେ ଜବାନକୁ କରୋନା ଆକ୍ରାନ୍ତ ରୋଗର ଚିହ୍ନଟ ହୋଇଥିବାରୁ ସେଠାକୁ ଯାଇଥିଲେ |

ବିଡ଼ିଓ ଗସ୍ତରେ ଯାଇ ଥିବାରୁ ପଦଯାତ୍ରାରେ ଆସିଥିବା ସତ୍ୟବ୍ରତଦାସଙ୍କୁ ପ୍ରଥମେ ସଞ୍ଜୀବ ବାଙ୍ଗାରି ଭେଟି ତାଙ୍କୁ ବ୍ଲକରେ ବାସ କରିଥିବା ବସନ୍ତ ସ୍ବାଇଁଙ୍କ ଘରକୁ ନେଇ ଚାରିଘଣ୍ଟା ସେଠାରେ ଆଶ୍ରୟ ଦେଇ ତା କୁ କିଛି ଫଳମୂଳ ପିଠା ସୁଆଦିଆ ଖାଦ୍ୟ ଦେଇ ଶ୍ରୀ ସ୍ୱାଇଁ ବାବୁ ରଖିଥିଲେ | ବିଡ଼ିଓ ଶ୍ରୀ ଦାସ ବ୍ଲକକୁ ଆସିଥିବା ଖବର ପାଇ ବ୍ଲକ କାର୍ଯ୍ୟାଳୟକୁ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସତ୍ୟବ୍ରତ ଦାସ ଏକ ସ୍ମାରକ ପତ୍ର ବିଡ଼ିଓ ଶ୍ରୀ ରଜନୀ କାନ୍ତ ଦାସଙ୍କୁ ପ୍ରଦାନ କରିଛନ୍ତି | ଆସନ୍ତା କାଲି ସକାଳେ ସେ ସମ୍ବାର୍ଡିଂ ନାରାୟଣ ପାଟଣା ଦେଇ ଲଷ୍ମୀପୁର ଗସ୍ତ କରିବାର କହିଥିଲେ ଶ୍ରୀ ଦାସ | ସୂଚନା ଅନୁଯାଇ ଜଗତ ସିଂହ ପୁର ଜିଲାର ବାଲିକୁଦା ବ୍ଲକର ସିନ୍ଦଲା ଗ୍ରମର ବ୍ୟକ୍ତି ଶ୍ରୀ ସତ୍ୟବ୍ରତ ଦାସ ଗତ ୧୦.୭.୧୯ ମସିହାରେ ଯାଜପୁର ଜିଲା ବୋଡ଼ଚଣା ବ୍ଲକରୁ ହାତରେ ତିରଙ୍ଗା ପତକା ଧରି ପାଦରେ ଚାଲିଚାଲି ଆରମ୍ଭ କରିଛନ୍ତି । ଵର୍ତମାନ ୨୦ ଟି ଜିଲାର ୨୦୬ ଗୋଟି ବ୍ଲକରେ ପହଂଚି ସମ୍ପୃକ୍ତ ବିଡ଼ିଓଙ୍କ ଦାବିପତ୍ର ପ୍ରଦାନ କରିଛନ୍ତି । ଏପର୍ଯ୍ୟନ୍ତ ସେ ୩୫୪ ଦିନରେ ୬ ହଜାର ୬୮ କିଲୋମିଟର ବାଟ ପଦଯାତ୍ରା କରିପାରିଛନ୍ତି ।ପୋଲାଭରୋମ ପ୍ରକଳ୍ପ ବନ୍ଦ କରିବା, ମହାନଦୀ ଜଳ ବିବାଦ ସମାଧାନ କରିବା ଓ ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ଦାବି କରିଛନ୍ତି | ଓଡିଶା ରାଜ୍ୟର ୩୧୪ ବ୍ଲକ ଗସ୍ତ କରି ଶେଷରେ ରାଷ୍ଟ୍ରପତିଙ୍କୁ ଭେଟି ଦାବି ଦେଇ ଏହି ପଦଯାତ୍ରାକୁ ଶେଷ କରିବି ଓ ମୁଁ ଏହି ଓଡିଶା ସ୍ୱତନ୍ତ୍ର ପାହ୍ୟା ଦାବି ସଫଳ ହେବା ସହ ଓଡିଶାକୁ ନୂତନ ଓଡିଶା ରୂପରେ ଦେଖିବାକୁ ଚାହୁଁଚି ବୋଲି ଶ୍ରୀ ଦାସ କହିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: