Advertisements
Monday, July 6, 2020
Home Government News ସରକାର ଓ ବିଏସଏଫ ବିରୋଧରେ ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି

ସରକାର ଓ ବିଏସଏଫ ବିରୋଧରେ ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି

ରିପୋର୍ଟ : ରାଜକମଲ ପୁରୋହିତ //
ଚିତ୍ରକୋଣ୍ଡା (୨୮/୬/୨୦): ପୁଣି ଅଶାନ୍ତ ସ୍ବାଭିମାନ ଅଞ୍ଚଳ । ମାଲକାନଗିରି ଜିଲ୍ଲା ର ସ୍ୱାଭିମାନ ଅଞ୍ଚଳ ରେ ଦିନକୁ ଦିନ ଦାନା ବାନ୍ଧୁଛି ସରକାର ତଥା ବିଏସଏଫ ବିରୋଧି ସ୍ୱର ।

ସ୍ବାଭିମାନ ଅଞ୍ଚଳର ଦରଲାବେଡା ଠାରେ ଗତ ୨୪ ତାରିଖରେ କିଛି ଶ୍ରମିକ କାମ ସାରି ଫେରୁଥିବା ବେଳେ ସେମାନଙ୍କୁ ବିଏସଏଫ ର ସୁରକ୍ଷା କର୍ମୀ ମାନେ ଅଟକାଇବା ସହ ନକ୍ସଲଙ୍କ ସହ ସମ୍ପର୍କ ରଖିଥିବା କହି ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ତେବେ ଏହି ସମୟରେ ବିଏସଏଫ ଏହି ଶ୍ରମିକ ମାନଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେବା ସହ ଫାଙ୍କା ଗୁଳିଚଳନା କରିଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଏହି ଘଟଣାକୁ କେନ୍ଦ୍ର କରି ଆଜି ସ୍ୱାଭିମାନ ଅଞ୍ଚଳର ଗୋରାସେତୁ ଠାରେ ଏକ ବିରାଟ ପ୍ରଜାମେଳି ହୋଇଛି । ଏହି ପ୍ରଜାମେଳିରେ ଶତାଧିକ ଲୋକ ଯୋଗଦେଇ ବିଏସଏଫ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ।

ସ୍ୱାଭିମାନ ଅଞ୍ଚଳରେ ଅନେକ ସମସ୍ୟା ଥିବା ବେଳେ ସରକାର ସେଥିପାଇଁ ଦୃଷ୍ଟି ନ ଦେଇ ବିଏସଏଫଙ୍କ ଦ୍ଵାରା ନିରୀହ ଲୋକଙ୍କୁ ଶୋଷଣ କରୁଥିବା ଏହି ପ୍ରଜାମେଳିରେ ଅଭିଯୋଗ ହୋଇଛି । ବିଏସଏଫ ଯଦି ଏଭଳି ଜୁଲୁମ କରି ଚାଲିବ ତେବେ ଆଗାମୀ ଦିନରେ ଆଦିବାସୀ ମାନେ ମଧ୍ୟ ପାରମ୍ପରିକ ଅସ୍ତ୍ରଶସ୍ତ୍ର ରେ ବିଏସଏଫକୁ ବିରୋଧ କରିବ ବୋଲି ଏହି ମେଳିରେ ଆଲୋଚନା ହୋଇଛି । ଏହାସହ ଲକ ଡାଉନ ଯୋଗୁଁ ସ୍ୱାଭିମାନ ଅଞ୍ଚଳରେ ଥିବା ବିଚ୍ଛିନ୍ନ ଅଞ୍ଚଳକୁ ଦୀର୍ଘ ୩ ମାସ ହେଲା ଲଞ୍ଚ ବନ୍ଦ ଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ପ୍ରଶାସନ ଲଞ୍ଚ ବ୍ୟବସ୍ଥା କରିବା ପାଇଁ ଏହି ମେଳିରେ ଦାବି ହୋଇଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: