ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ପକ୍ଷରୁ ଆଜି କଲ୍ୟାସିଂହପୁର ର ବ୍ଲକ୍ କାର୍ଯ୍ୟାଳୟ ପରିଦର୍ଶନ

0
86

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୨/୦୭) : ରାୟଗଡା ଭିନ୍ନକ୍ଷମ ମହାସଂଘ ଶାଖା କଲ୍ୟାସିଂହପୁର ବ୍ଳକ୍ ସ୍ତରୀୟ ଭିନ୍ନକ୍ଷମ ସଂଘ ପକ୍ଷରୁ ଆଜି ନୂତନ ସଂଘ କାର୍ଯ୍ୟାଳୟ ଉଦ୍ଘାଟନ କାର୍ଯ୍ୟ କର୍ମ ଅନୁଷ୍ଠିତ ହୋଇଥିଲା ।WhatsApp Image 2023 07 22 at 09.13.05 1 ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ପକ୍ଷରୁ ଆଜି କଲ୍ୟାସିଂହପୁର ର ବ୍ଲକ୍ କାର୍ଯ୍ୟାଳୟ ପରିଦର୍ଶନ

ଏହି କାର୍ଯ୍ୟକର୍ମରେ ଯୋଗଦେବା ନିମନ୍ତେ ରାୟଗଡ଼ା ଭିନ୍ନକ୍ଷମ ମହାସଂଘ ର ସଭାପତି ଶ୍ରୀ ଶିଶିର ରାଉଳ ଓ ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ବିଭିନ୍ନ ପଞ୍ଚାୟତର ଭିନ୍ନକ୍ଷମ ଭାଇଭଉଣୀ ଉପସ୍ଥିତି ରହି ସେମାନଙ୍କ ପାଇଁ ସରକାରଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ସାମାଜିକ ସୁରକ୍ଷା ଯୋଜନା କିଭଳି ଭାବରେ କାର୍ଯ୍ୟକ୍ଷମ କରାଯିବ ତାକୁନେଇ ସଂଘର ସଭାପତି ଶ୍ରୀ ଶିଶିର ରାଉଳ ଓ ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ ଉଭୟ ଆଲୋଚନା କରିଥିଲେ । ଏହା ପରେ ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କ ଅଭିଯୋଗ କୁ ନେଇ କଲ୍ୟାଣୀ ସିଂହପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେବା ସହ ଉକ୍ତ ଅଭିଯୋଗ ଜନିତ ସମସ୍ୟା କୁ ଦୃଷ୍ଟିରେ ରଖି ଆଲୋଚନା କରିଥିଲେ ଆଲୋଚନା ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ପ୍ରତିଶ୍ରୁତି ଦେଇଛନ୍ତି ।

ଏହାପରେ DRI ଋଣ ଓ ଭିନ୍ନକ୍ଷମ SHG ହୋଇପାରୁ ନଥିବା ଅଭିଯୋଗ ନେଇ କଲ୍ୟାସିଂହପୁର SBI ବ୍ରାଞ୍ଚ ମେନେଜରଙ୍କୁ DRI ଲୋନ ଓ SHG ଗ୍ରୁପ୍ କୁ ନେଇ ମଧ୍ୟ ଆଲୋଚନା ହୋଇଥିଲା ତାହା କାର୍ଯ୍ୟ ରେ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । କଲ୍ୟାସିଂହପୁର ଭିନ୍ନକ୍ଷମ ମହାସଂଘ ର ସଭାପତି ଶ୍ରୀ ଟାର୍କେଶ ନିସିକା ଓ ସମ୍ପାଦକ ଶ୍ରୀ ରାଜୁ ଦଳେଇ ସେହିଭଳି ଅନ୍ୟ ସଦସ୍ୟ ବୁଲୁ ମେଲେକା, ପ୍ରଭାତ କାଶୀ, ବିନାୟକ ଦାସ, ବୃନ୍ଦାବନ ମେଲେକା, ରୋହିତ ସେଠୀ, ବିଜୟ ମେଳେକା ପ୍ରମୁଖ କାର୍ଯ୍ୟରେ ଯୋଗ ଦେଇଥିଲେ ।