Friday, March 29, 2024

Top 5 This Week

Related Posts

ରାୟଗଡା ଜିଲ୍ଲାର ଦୁଇଟି ଆକାଂକ୍ଷି ବ୍ଲକର ଶୁଭାରମ୍ଭ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୧/୦୭) : ପିରାମଲ ଫାଉଣ୍ଡେସନ ସହଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।

ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ଓରିଏଣ୍ଟେସନରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଅଧ୍ୟକ୍ଷତା କରିଥିଲେ ଓ ନିଜର ବକ୍ତବ୍ୟରେ କହିଲେ ଯେ ପୀରମଲ ଫାଉଣ୍ଡେସନ ଓ ବ୍ଲକ ସ୍ଥରରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ସହିତ ସମନ୍ୱୟ, ସହଯୋଗୀତା, ସହାଭାଗିତାରେ ସଂଘଠିତ ହୋଇ ଅଭିଯାନ ଆରମ୍ଭ କଲେ ସଫଳ ମିଳିବ ବୋଲି କହିଥିଲେ । ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ନିଯୁକ୍ତି ବିନିମୟ ଅଧିକାରୀ, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଅନ୍ୟlନ୍ୟ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ବ୍ୟତୀତ ମନୋନୀତ ଆକାଂକ୍ଷୀ ବ୍ଲକର ବ୍ଲକ ଉନ୍ନୟନ ଅଧିକାରୀ ଙ୍କ ସମେତ ବ୍ଲକସ୍ତରୀୟ ଅଧିକାରୀ ଏବଂ ଲାଇନ୍ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ପିରାମଲ ଫାଉଣ୍ଡେସନ ଟିମ୍ ସହଯୋଗ କରିଥିଲା । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପୂର୍ବରୁ କାର୍ଯ୍ୟକ୍ରମକୁ କିପରି କାର୍ଯ୍ୟକାରୀ କରାଯିବ ସେ ନେଇ ଏକ ଖୋଲା ଗୃହ ଆଲୋଚନା ଅନୁଷ୍ଠିତ ହୋଇଥିଲା ।

ରାୟଗଡ଼ା ଜିଲ୍ଲାର ପଦ୍ମପୁର ଓ ମୁନିଗୁଡା ବ୍ଲକକୁ ଆକାଂକ୍ଷୀ ବ୍ଲକ ଭାବେ ଚିହ୍ନଟ କରାଯାଇଥିବା ବେଳେ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ବ୍ଲକର ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି । ପିରାମଲ ଫାଉଣ୍ଡେସନର ପ୍ରୋଗ୍ରାମ ଲିଡର ଅନନ୍ୟା ଚକ୍ରବର୍ତ୍ତୀ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ପ୍ରମୁଖ ବିଷୟଗତ କ୍ଷେତ୍ର ଏବଂ ସେମାନଙ୍କ ସହ ଜଡିତ ସୂଚକାଙ୍କ ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ବିଭାଗର ପ୍ରତିନିଧିମାନେ କାର୍ଯ୍ୟକ୍ରମ ଅଧୀନରେ ଥିବା ସୂଚକାଙ୍କ ଆଧାରରେ ହସ୍ତକ୍ଷେପ ଯୋଜନା କରିବା ପୂର୍ବରୁ ତଥ୍ୟ ସଂଗ୍ରହ ସହିତ ଜଡିତ ଆହ୍ୱାନ ଗୁଡ଼ିକ ଉପରେ ଆଲୋଚନା କରିଥିଲେ । ବିଭିନ୍ନ ବିଭାଗୀୟ ପ୍ରତିନିଧିଙ୍କ ମଧ୍ୟରେ ସହଯୋଗ ଏବଂ ପିରାମଲ ଫାଉଣ୍ଡେସନ ଟିମକୁ କ୍ଷେତ୍ରୀୟ ସହାୟତା ପ୍ରଦାନ କରିବା ପାଇଁ ଆଲୋଚନାର ଫଳାଫଳ ସକାରାତ୍ମକ ଅନୁମୋଦନ ଦେଇଥିଲା । ଶେଷରେ ଆସ୍ପିରେସନାଲ ବ୍ଲକ କାର୍ଯ୍ୟକ୍ରମ ର ଶୁଭାରମ୍ଭ ସହ ବୈଠକ ଶେଷ ହୋଇଥିଲା ।

Popular Articles