Advertisements
Monday, July 6, 2020
Home Business & Private ଜୁନାଗଡ ସମବାୟ ବ୍ୟାଙ୍କରେ ସାମାଜିକ ଦୁରତା ପ୍ରତି ଗୁରୁତ୍ୱ ନାହିଁ

ଜୁନାଗଡ ସମବାୟ ବ୍ୟାଙ୍କରେ ସାମାଜିକ ଦୁରତା ପ୍ରତି ଗୁରୁତ୍ୱ ନାହିଁ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //
କଳାହାଣ୍ଡି (୨୮.୦୬.୨୦୨୦): ସାଂପ୍ରତିକ ଲକଡାଉନ ସ୍ଥିତିରେ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଜୁନାଗଡସ୍ଥିତ ସମବାୟ ବ୍ୟାଙ୍କରେ ଏହାକୁ ଅଣୁଦେଖା କରାଯାଉଥିବା ଦେଖାଯାଉଛି ।

ଧାନ ଅମଳ ହେବାପରେ ମଣ୍ଡିରେ ଧାନ ବିକି ସାରିବା ପରେ ଚାଷୀର ଜମା ଖାତାରେ ଧାନର ମୂଲ୍ୟ ପଇଠ ହେବାପରେ ଟଙ୍କା ଉଠାଣ ପାଇଁ ସମବାୟ ବେଙ୍କରେ ଚାଷୀଙ୍କ ଭିଡ ହେଉଥିବାର କୁହାଯାଉଛି । ଜୁନାଗଡ ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ଥିବା ପୁରୁଣା କୋଠାରେ ବିସିସି ବ୍ୟାଙ୍କର ଜୁନାଗଡ ଶାଖା ପରିଚାଲିତ ହେଉଥିବା ବେଳେ ଗ୍ରାହକ ମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ନଥିବା ଏବଂ ଟଙ୍କା ଉଠାଣ ପାଇଁ ବିଲମ୍ବ ହେଉଥିବା ଦୃଷ୍ଟିରୁ ଏଭଲି ଭିଡ ହେଉଥିବା ପରିଲକ୍ଷିତ ହେଉଛି । ଗ୍ରାହକ ମାନେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ କରୁନଥିବା କିମ୍ବା ମାସ୍କ ବ୍ୟବହାର କରୁନଥିବା ଦେଖାଯାଉଛି । ଏପରିକି ଏଠାରେ କାର୍ଯ୍ୟରତ କର୍ମଚାରୀମାନେ ନିକଟସ୍ଥ ଦୋକାନ ବଜାରକୁ ପିଅନକୁ ସାଙ୍ଗରେ ନେଇ ଯାଉଥିବା ବେଳେ ମଧ୍ୟ ମାସ୍କ ବ୍ୟବହାର କରୁନଥିବା କିମ୍ବା ସାମାଜିକ ଦୂରତା ଅବଲମ୍ବନ କରୁନଥିବା ଦେଖାଯାଉଛି ।

ଜୁନାଗଡ ସହର କଳାହାଣ୍ଡି ଜିଲ୍ଲା ର ପ୍ରମୂଖ୍ୟ ବାଣିଜ୍ୟସ୍ଥଳ ହୋଇଥିବା କାରଣରୁ ବ୍ୟାଙ୍କ ମାନଙ୍କରେ ପ୍ରାୟତଃ ଭିଡ ରହୁଥିବା ବେଳେ ବ୍ୟାଙ୍କ କର୍ତୃପକ୍ଷ ସାଂପ୍ରତିକ ସ୍ଥିତିରେ ସାମାଜିକ ଦୂରତା ପ୍ରତି କୌଣସି ଗୁରୁତ୍ୱ ଦେଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ବ୍ୟାଙ୍କ ମାନଙ୍କରେ ମାସ୍କ ବ୍ୟବହାର ଓ ହାତ ଧୋଇବା ସାଙ୍ଗକୁ ସାମାଜିକ ଦୂରତ୍ୱ ପ୍ରତି ଜନସଚେତନତା ସୃଷ୍ଟି କରାଯିବା ପାଇଁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: