୨୩ରେ ଖୋଲିବ ହୀରାକୁଦ ଜଳଭଣ୍ତାର ଗେଟ

0
54

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୨୧/୦୭) : ବଢୁଛି ହୀରାକୁଦ ଜଳସ୍ତର । ୨୩ ରେ ଖୋଲିବ ହୀରାକୁଦ ଜଳଭଣ୍ତାର ଗେଟ । ଚଳିତ ବର୍ଷ ହୀରାକୁଦ ଜଳଭଣ୍ତାର ପ୍ରଥମ ବନ୍ୟା ଜଳ ନିଷ୍କାସନ ପାଇଁ ୨୩ ତାରିଖ ରବିବାର ସକାଳ ୯ ଟା ଗେଟ ଖୋଲିବ

ଉପର ମୁଣ୍ତରୁ ବର୍ଷା ପରିମାଣ ବଢିଥିବାରୁ ଜଳପ୍ରବେଶ ବୃଦ୍ଧି ପାଉଛି । ଆଜି ସକାଳ ୮ ଟା ସୁଦ୍ଧା ସେକେଣ୍ତ ପ୍ରତି ୧ ଲକ୍ଷ ୩୬ ହଜାର ୮୮୮ କ୍ୟୁସେକ ଜଳ ପ୍ରବେଶ କରୁଛି । ୬୧୩. ୧୨ ଫୁଟ ଜଳସ୍ତର ମଧ୍ୟ ରହିଛି । ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବତ୍ତମାନ ସମୟରେ ୬୧୫ ଫୁଟ ଜଳସ୍ତର ରଖିବା ନିଷ୍ପତ୍ତି ରହିଛି । ସେପଟେ ହୀରାକୁଦ ଡ୍ୟାମ ଗେଟ ଖୋଲିବା ନିଷ୍ପତ୍ତି ପରେ ମହାନଦୀ ତଳିଆ ଅଞ୍ଚଳ ସର୍ତକ ସୂଚନା ଜାରି କରାଯାଇଛି । ମହାନଦୀ ଓ ଏହାର ଶାଖା ନଦୀରେ ଜଳ ବଢିବା ଯୋଗୁଁ ଏହି ସମୟରେ ନଦୀ ଭିତରକୁ ପ୍ରବେଶ ପାଇ ବାରଣ କରଯାଇଛି ।