Advertisements
Monday, July 6, 2020
Home Corona Breaking ରାୟଗଡା ଜିଲ୍ଲାରେ ପୁଣି ୧୬ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ

ରାୟଗଡା ଜିଲ୍ଲାରେ ପୁଣି ୧୬ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ

ରିପୋର୍ଟ – ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼
ରାୟଗଡା (୨୭ /୦୬ /୨୦୨୦): ଶାନ୍ତ ହେବାର ନା ନେଉନି କରୋନା l ଗୋଟିଏ ପରେ ଗୋଟିଏ ସମଗ୍ର ବିଶ୍ୱକୁ ନିଜ ଅକ୍ତିଆରକୁ ନେଇସାରିଲାଣି l ଏହା କ୍ରମାଗତ ଭାବେ ରାୟଗଡା ଜିଲ୍ଲାରେ ପ୍ରଭାବ ବିସ୍ତାର କରିଚାଲିଛି l ଆଜି ପୁଣି ୧୬ ଜଣ ଏହି ସଂଖ୍ୟାରେ ସାମିଲ ହେଲେଣି l ଏଥିମଧ୍ୟରୁ ଜଣେ ଆଶାକର୍ମୀ କରୋନା ଯୋଦ୍ଧା ଅଟନ୍ତି l

ଅନ୍ୟମାନଙ୍କ ମଧ୍ୟରୁ ଦୁଇଜଣ ରାୟଗଡା ସହରସ୍ଥିତ ରାଣୀଗୁଡା ଫାର୍ମର ୨୧ ବର୍ଷୀୟ ଯୁବକ ଗତ ୧୧ /୦୬ ରେ ମହାରାଷ୍ଟ୍ର ରୁ ଫେରିଥିଲେ ଓ ଅନ୍ୟଜଣେ ବାରିଝୁଲା ଅଞ୍ଚଳର ୨୫ ବର୍ଷୀୟ ଯୁବକ ତାମିଲନାଡୁ ରୁ ଗତ ୧୬ /୦୬ ତାରିଖରେ ଫେରିଥିଲେ l ଅନ୍ୟ ୧୩ ଜଣ ଗୁଣୁପୁର ବ୍ଲକ ସିରିଝୋଲି ପଞ୍ଚାୟତର ବିଜୟପୁର ଗ୍ରାମର ବୋଲି ଜଣାପଡିଛି l ଏହି ସମସ୍ତଙ୍କ ମଧ୍ୟରୁ ଜଣେ ରାମନାଗୁଡା ବ୍ଲକ ର ଗଗୁପାଡୁର ଗ୍ରାମର ଯୁବକ ଆନ୍ଧ୍ରପ୍ରଦେଶ ଫେରନ୍ତା ଅଛନ୍ତି l ଅନ୍ୟମାନେ ପ୍ରଥମ ଆକ୍ରାନ୍ତ ଙ୍କ ସଂସ୍ପର୍ଶରେ ଆସିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି l ୧୩ ଜଣଙ୍କ ମଧ୍ୟରୁ ୮ ଜଣ ପୁରୁଷ ରହିଥିବା ବେଳେ ୫ ଜଣ ମହିଳା ସାମିଲ ଅଛନ୍ତି l ଜିଲ୍ଲାରେ ସର୍ବମୋଟ 38ଟି ପଜିଟିଭ କେସ ଦେଖାଦେଇଥିବା ବେଳେ ବାର ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨୬ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି l ତେବେ ଆଜି ଜିଲ୍ଲାରେ ସର୍ବାଧିକ ୧୬ ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ଯୋଗୁଁ ସହରରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି l ସମସ୍ତ ଆକ୍ରାନ୍ତ ଙ୍କୁ କୋଭିଡି ନିୟନ୍ତ୍ରଣ ହସ୍ପିଟାଲ ଜେକେପୁର କୁ ପଠାଇଦିଆଯାଇଛି l ଏପଟେ ରାୟଗଡା ସହରର ରାଣୀଗୁଡାଫାର୍ମ, ବାରିଝୁଲା ଗ୍ରାମ, ବିଜେପୁର ଅଞ୍ଚଳ ତଥା ଗଗୁପଡୁ ଅଞ୍ଚଳକୁ କଣ୍ଟ୍ରନମେଣ୍ଟ ଅଞ୍ଚଳ ଘୋଷଣା କରିଦିଆଯାଇଛି l

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: