Friday, March 29, 2024

Top 5 This Week

Related Posts

ପୋଖରୀରେ ବୁଡ଼ିଗଲେ ଦୁଇ ଅଙ୍ଗନବାଡ଼ି ଛୁଆ, ଜଣେ ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୧/୦୭) : କେନ୍ଦୁଝର ଜିଲ୍ଲା ମହୁଲଡ଼ିହl ଥାନା ଅନ୍ତର୍ଗତ ଖେଡ଼ିଆପଶି ଗାଆଁରେ ପୋଖରୀରେ ବୁଡ଼ି ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁକନ୍ୟାର ଅବସ୍ଥା ଗୁରୁତର ଅଛି ।

ମୃତ ଶିଶୁପୁତ୍ରର ନାଁ ଶୁଭମ ନାୟକ । ଗୁରୁତର ଶିଶୁକନ୍ୟାର ନାଁ ଭୂମି ପଇଦା । ଆଜି ଦିନ ପ୍ରାୟ ଗୋଟାଏ ବେଳେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ, ଶୁଭମ ଓ ଭୂମି ଆଉ ତିନି ଜଣ ଛୁଆଙ୍କ ସହିତ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ଶୁଭମ ଓ ଭୂମି ବୁଡ଼ି ଯାଇଥିଲେ । ଅନ୍ୟ ଛୁଆମାନଙ୍କ ପାଟି ଶୁଣି ପାଖରେ ଥିବା କିଛି ଲୋକ ଧାଇଁ ଆସି ଶୁଭମ ଓ ଭୂମିଙ୍କୁ ଉଦ୍ଧାର କରିଥିଲେ ।ଶୁଭମଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଭୂମିଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଶୁଭମଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଠାକୁରମୁଣ୍ଡା ଡାକ୍ତରଖାନାରେ ରଖାଯାଇଛି ।

ଅଙ୍ଗନବାଡ଼ି ଦିଦି ଶକୁନ୍ତଳା ନାୟକ କହିଛନ୍ତି ଯେ ଶୁଭମ ଓ ଭୂମି ଅଙ୍ଗନବାଡ଼ି କେନ୍ଦ୍ରକୁ ଆସିଥିଲେ । ଛୁଟି ହେବା ପରେ ସେ ନିଜେ ସେମାନଙ୍କୁ ଓ ଅନ୍ୟ ପିଲାମାନଙ୍କୁ ଘରେ ଛାଡ଼ି ଥିଲେ । ପିଲାଙ୍କୁ ଛାଡ଼ି ସେ ଅଙ୍ଗନବାଡ଼ି କେନ୍ଦ୍ରରେ ବସି କିଛି କାମ କରୁଥିବା ବେଳେ ଦୁଇ ଜଣ ଛୁଆ ବୁଡ଼ିଗଲେ ବୋଲି ପାଟି ଶୁଣିଥିଲେ । ସେ ଘଟଣାସ୍ଥଳକୁ ଯାଇଥିଲେ । ସ୍ଥାନୀୟ କିଛି ଲୋକ ଶୁଭମ ଓ ଭୂମିଙ୍କୁ ପାଣିରୁ ବାହାର କରିଥିଲେ ।

Popular Articles