Friday, March 29, 2024

Top 5 This Week

Related Posts

ବିଦ୍ୟୁତ ସଂସ୍ପର୍ଶରେ ଗଲା ଜୀବନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୧/୦୭) : ଜଣେ ବ୍ୟକ୍ତିଙ୍କ ଘର ବିଦ୍ୟୁତ ମିଟରକୁ ଯାଇଥିବା ତାର ସଂଯୋଗ କରୁଥିଲେ । ହେଲେ ଅଚାନକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ପ୍ରାଣ

ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ବଣିଆଗାଁ ଗ୍ରାମରେ । ଏହି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ବିଦ୍ୟୁତ ସମସ୍ୟା ହୋଇଥିଲା । ବିଦ୍ୟୁତ ବିଭାଗର ଲାଇନ ହେଲପର ଭାବେ କାର୍ଯ୍ୟ କରୁଥିବା ପେଡାଗଡି ଗ୍ରାମର ରାଜେନ୍ଦ୍ର କୁମାର ଦାସ ବଣିଆଗାଁ ଗ୍ରାମରେ ପହଞ୍ଚି ବିଦ୍ୟୁତ ସଜାଡ଼ିବା ନିମନ୍ତେ ଖୁଣ୍ଟକୁ ଚଢିଥିଲେ । ସେଠାରେ ସେ ଏଲଟି ଲାଇନ କାମ କରୁଥିବା ବେଳେ ହଠାତ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଯାହା ଫଳରେ ସେ ଗୁରୁତର ହୋଇ ତଳେ ପଡି ଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Popular Articles