Advertisements
Monday, July 6, 2020
Home Death Case ବାଇକରୁ ପୋଲ ତଳେ ପଡି ଆଇଆରବି ଜବାନ ମୃତ

ବାଇକରୁ ପୋଲ ତଳେ ପଡି ଆଇଆରବି ଜବାନ ମୃତ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //
କଳାହାଣ୍ଡି(୨୭.୦୬.୨୦୨୦): କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ନାନେ୍ଦାଳ-କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଳ ତଳେ ପଡିଯାଇ ଜଣେ ଆଇଆରବି ଜବାନଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।

ସୂଚନା ମୁତାବକ, ଜାତୀୟ ରାଜପଥ ୨୬ ପାଶ୍ୱର୍ସ୍ଥ ଜାରିଙ୍ଗ ମେଡିକାଲ କଲେଜ ପରିସରରେ ଆଇଆରବି ଜବାନ ମାନଙ୍କ କେମ୍ପ ରହିଛି । ସେହି କେମ୍ପର ଜବାନ ବିଶ୍ୱଜିତ ମଙ୍ଗରାଜ ଗତକାଲି ନିଜ ଗାଁ ଗୋଲାମୁଣ୍ଡାକୁ ବାଇକ ରେ ଯାଇଥିବା ସହକର୍ମୀ ମାନଙ୍କ ଠାରୁ ଜଣାପଡିଥିବା ବେଳେ ଶନିବାର ସକାଳୁ କେନ୍ଦୁପାଟି ନିକଟସ୍ଥ ଏକ ପୋଳତଳୁ ଶବ ପଡିଥିବାର ଜଣାପଡିଥିଲା । ବାଇକକୁ ଦେଖି ତାହା ଆଇଅରବି ଜବାନଙ୍କ ବୋଲି ଚିହ୍ନଟ ହୋଇଥିବା ପ୍ରକାଶ । ଜୁନାଗଡ ପୋଲିସ ଘଟଣାସ୍ଥଳରେ ଅନୁସନ୍ଧାନ କରିବା ସହିତ ଶବ ବ୍ୟବଛେଦ କରିବାକୁ ପଠାଇ ଦେଇଥିବା ଜଣାପଡିଛି । ରାତି ସମୟରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପୋଳ ତଳକୁ ଖସିପଡିବା ପରେ ପୋଳ ତଳେ ପାଣି ଥିବା ଯୋଗୁଁ ଏବଂ କାହାର ନଜରକୁ ଆସିନଥିବା ଯୋଗୁଁ ସଂପୃକ୍ତ ଜବାନଙ୍କ ମୃତ୍ୟୁ ହୋଇଯାଇଥିବା ଆଶଙ୍କା କରାଯାଉଛି । ପୋଲିସ ଘଟଣାର ଛାନଭିନ କରୁଥିବା ଜଣାପଡିଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: