Friday, March 29, 2024

Top 5 This Week

Related Posts

ଅନୁସୂଚିତ ଜାତି – ଜନଜାତି ଯୁବା ଏବଂ ମହିଳା ଉଦ୍ୟୋଗୀଙ୍କ ପାଇଁ ସମ୍ପର୍କ ତଥା ସଚେତନତା ଅଭିଯାନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୦/୦୭) : ଗତକାଲି ୧୯ ଜୁଲାଇ, ୨୦୨୩ ରେ NSSHO, ଭୁବନେଶ୍ୱର ଏବଂ ଶାଖା କାର୍ଯ୍ୟାଳୟ MSME – DFO ର ମିଳିତ ଆନୁକୂଲ୍ୟରେ ଅନୁସୂଚିତ ଜାତି- ଜନଜାତି ଯୁବା ଏବଂ ମହିଳା ଉଦ୍ୟୋଗୀଙ୍କ ପାଇଁ ସ୍ଥାନୀୟ ରାୟଗଡା ଜିଲ୍ଲା MSME – DFO କାର୍ଯ୍ୟାଳୟ (ଆସ୍ପିରେସନ ଜିଲ୍ଲା) ରେ ଏକ ବଡ ଧରଣର ସମ୍ପର୍କ ତଥା ସଚେତନତା ଅଭିଯାନ ର ଆୟୋଜନ କରାଯାଇଥିଲା ।WhatsApp Image 2023 07 21 at 09.02.35 ଅନୁସୂଚିତ ଜାତି - ଜନଜାତି ଯୁବା ଏବଂ ମହିଳା ଉଦ୍ୟୋଗୀଙ୍କ ପାଇଁ ସମ୍ପର୍କ ତଥା ସଚେତନତା ଅଭିଯାନ

ଏହି ଅଭିଯାନ ରେ ଜେନେରାଲ ମ୍ୟାନେଜର ଡିଆଇସି , ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ, ନିଦ୍ଦେର୍ଶକ RSETI ରାୟଗଡା ଯୋଗ ଦେଇଥିଲେ ଏବଂ ସୁକ୍ଷ୍ମ, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ (MSME) ସହ ଜଡିତ ବିଭିନ୍ନ ଦିଗ SC-ST ବର୍ଗ ର ଉଦ୍ୟମିଙ୍କ ପାଇଁ ଉପଲବ୍ଧ ବିଶେଷ ସୁବିଧା ସୁଯୋଗ ଏବଂ ପ୍ରୋତ୍ସାହନ ତଥା ବିଭିନ୍ନ ବିଭାଗ ଦ୍ୱାରା ଦିଆ ଯାଉଥିବା ସହାୟତା ଉପରେ ଯୁବା ବର୍ଗଙ୍କୁ ସମ୍ବୋଧିତ କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ପରିଚାଳକ, NSSHO ଭୁବନେଶ୍ୱର ଶ୍ରୀ ସୁଭାସିସ ଦାଶ ଅତିଥି ଏବଂ ଅଂଶଗ୍ରହଣକାରୀ ମାନଙ୍କୁ ସ୍ୱାଗତ କରିଥିଲେ ଏବଂ MSME ତଥା ବିଶେଷ ଭାବରେ SC – ST ଉଦ୍ୟୋଗୀ ମାନଙ୍କ ପାଇଁ NSSHO ର ଯୋଜନାଗୁଡିକର ସଂକ୍ଷିପ୍ତ ରୂପରେଖ ଉପସ୍ଥାପନ କରିଥିଲେ ।

ସହାୟକ ନିର୍ଦ୍ଦେଶକ, ଶାଖା କାର୍ଯ୍ୟାଳୟ MSME -DFO ଶ୍ରୀ N କତରତ୍ନମ ବିଭିନ୍ନ MSME ଯୋଜନା ବିଷୟରେ ସମାବେଶରେ ଉପସ୍ଥିତ ତଥା ଆଶାୟୀ ଉଦ୍ୟୋଗୀମାନଙ୍କୁ ବିସ୍ତୃତ ବିବରଣୀ ଦେବା ସହିତ ସଫଳ ଉଦ୍ୟୋଗ ପାଇଁ ପାଞ୍ଚଟି ମୁଖ୍ୟ ନୀତି ଉପରେ ମଧ୍ୟ ବିଚାର କରିଥିଲେ । NSSHO ର ଉପସ୍ଥିତ ଅଧିକାରୀ ବ୍ୟାଙ୍କ ଋଣ ସହାୟତା ର ବିଭିନ୍ନ ଦିଗ, ଭେଣ୍ଡର ପଞ୍ଜିକରଣ ଏବଂ ଏଥି ସହିତ ଜଡିତ ସମସ୍ୟା ଏବଂ ସମାଧାନ, ଉପରେ ବିସ୍ତୃତ ଉପସ୍ଥାପନା କରିଥିଲେ । ଏହି ସମ୍ପର୍କ ତଥା ସଚେତନତା କାର୍ଯ୍ୟକ୍ରମରେ ୫୭ ଜଣ ଅନୁସୂଚିତ ଜାତି – ଜନଜାତି ଏବଂ ମହିଳା ପ୍ରାର୍ଥୀ ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂ ଉପସ୍ଥିତ ଅଧିକାରୀ ମାନେ ସହଭାଗୀ ମାନଙ୍କ ଦ୍ୱାରା ଉଠାଯାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇ ପ୍ରାର୍ଥୀମାନଙ୍କ ସହ ବ୍ୟକ୍ତିଗତ ପରାମର୍ଶ ସହିତ ମାର୍ଗଦର୍ଶନ କରାଇଥିଲେ ।

Popular Articles