Advertisements
Monday, July 6, 2020
Home Business & Private ସୋସିଆଲ ମିଡିଆରୁ ଖବର ପାଇ ସହଯୋଗର ହାତ ବଢାଇଲେ ଜୟଜବାନ ଓ ଜଟାଧାରୀ କ୍ଳବର ଯୁବଗୋଷ୍ଠୀ

ସୋସିଆଲ ମିଡିଆରୁ ଖବର ପାଇ ସହଯୋଗର ହାତ ବଢାଇଲେ ଜୟଜବାନ ଓ ଜଟାଧାରୀ କ୍ଳବର ଯୁବଗୋଷ୍ଠୀ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର(୨୬/୦୬): କରୋନା କଟକଣା ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରିଦେଇଛି । କରୋନା ଯୋଗୁଁ କାମଧନ୍ଦା ବନ୍ଦ ରହିଛି । ଯାହାର ପ୍ରଭାବ ଥିଲାବାଲା ହେଉ ଅବା ଖଟିଖିଆ ସମସ୍ତଙ୍କ ଉପରେ ପଡିଛି । ଏହି ଦୟନୀୟ ସମୟରେ ବିଭିନ୍ନ ଅନୁଷ୍ଠାନ ମାନେ ଅସହାୟ ଲୋକଙ୍କୁ ସହାୟକ ହୋଇଛନ୍ତି ।

ସେହିପରି ପଦ୍ମପୁର ବ୍ଳକ ଦିପ୍ତିପୁର ଅଞ୍ଚଳର ଜୟଜବାନ କ୍ଳବ ଓ ଜଟାଧାରୀ କ୍ଳବ ମିଳିତ ଭାବରେ ପଦ୍ମପୁର ଅଞ୍ଚଳର ବିଭିନ୍ନ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ପଦ୍ମପୁର ବ୍ଳକ ବୁଡାମାଲ ପଞ୍ଚାୟତ ବୁଡୁମାଲ ଗାଁର ଅନନ୍ତରାମ ସତନାମି ଓ ତାଙ୍କ ପରିବାର କାମଧନ୍ଦା ନ ପାଇ ଭୋକ ଉପାସରେ ଦିନ କାଟୁଥିବା ଖବର ସୋସିଆଲ ମିଡିଆରୁ ଜାଣିବାକୁ ପାଇ ଏହି ଯୁବଗୋଷ୍ଠୀ ସତନାମି ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ପ୍ରଶାସନ ସହ ଯୋଗାଯୋଗ କରିଥିଲେ । ପ୍ରଶାସନ ପକ୍ଷରୁ ସେହି ପରିବାରକୁ ସହାୟତା ପ୍ରଦାନ କରାଯାଇଥିବା ଖବର ପାଇ ସେମାନେ ମଧ୍ୟ ସହଯୋଗ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏହି ଯୁବଗୋଷ୍ଠୀ ଉକ୍ତ ସତନାମି ପରିବାରକୁ ଗୋଟିଏ ମାସ ପାଇଁ ଶୁଖିଲା ଖାଦ୍ୟ ଯଥା ଚାଉଲ,ଡାଲି,ଚୁଡା,ଚିନି,ଅଟା,ସୁଜି,ଲୁଣ,ଚା,ବିସ୍କୁଟ ଆଦି ପ୍ରଦାନ କରିବା ସହିତ କରୋନା ଉପରେ ସଚେତନତା ବାର୍ତ୍ତା ଦେଇଥିଲେ । ଏହି ଶୁଖିଲା ଖାଦ୍ୟ ପ୍ରଦାନ ସମୟରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ଏବଂ ଜୟଜବାନ କ୍ଳବ ଓ ଜଟାଧାରୀ କ୍ଳବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: