ଏକ ଦିବସିୟ ମାଷ୍ଟ୍ରର ଟ୍ରେନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0
57

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୧/୭) : ଆଇ.ଟି.ସି ଏବଂ ମାସ୍ ର ଆନୂକୁଲ୍ୟ ରେ ନୀତି ଆୟୋଗର ଆକାଂକ୍ଷା ଜିଲ୍ଲା ପ୍ରକଳ୍ପ, ରାୟଗଡ଼ା କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଏକ ଦିବସୀୟ ମାଷ୍ଟ୍ରର ଟ୍ରେନର ପ୍ରଶିକ୍ଷଣ ଶିବିର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟର କନ୍ଫରେନ୍‌ସ୍ ହଲ୍ ଠାରେ ଅନୁଷ୍ଠିତ ହୋଇଥିଲା ।WhatsApp Image 2023 07 21 at 09.02.51 1 jpeg ଏକ ଦିବସିୟ ମାଷ୍ଟ୍ରର ଟ୍ରେନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ମନୋଜ କୁମାର ପ୍ରଧାନ, ଜିଲ୍ଲା କୃଷି ଅଧିକାରୀ ଗୁଣପୁର, ମୁନିଗୁଡ଼ା ଏବଂ ରାୟଗଡା, ସମସ୍ତ ବ୍ଲକ ସହକାରୀ କୃଷି ଅଧିକାରୀ, ଆତ୍ମା ପ୍ରକଳ୍ପର ବ୍ଲକ ଟେକନୋଲୋଜି ମ୍ୟାନେଜର ଏବଂ କୃଷି ବିଜ୍ଞାନ କେନ୍ଦ୍ରର ସଦ୍ୟସ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଶ୍ରୀ ରାଜୀବ କୁମାର ଟୁଡୁ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଚଳିତ ଖରିଫ୍ ଋତୁରେ ଶସ୍ୟ ଜାତୀୟ ଫସଲ (ମୁଖ୍ୟତଃ ଧାନ ଓ କପା) ଚାଷରେ କମ୍ ଖର୍ଚ୍ଚରେ ଅଧିକ ଆୟ ସହ ଚାଷୀମାନେ କିପରି ଲାଭବାନ ହୋଇ ପାରିବେ, ସେହି ପରିପ୍ରେକ୍ଷୀରେ ଆଇ.ଟି.ସି – ମିଶନ ସୁନହେରା କାଲ, ମାନବ ଅଧିକାର ସେବା ସମିତି (MASS) ଏବଂ କୃଷି ବିଜ୍ଞାନ କେନ୍ଦ୍ରର ସହଭାଗିତାରେ ପ୍ରସ୍ତୁତ ହୋଇଥିବା ମଡ୍ୟୁଲ ଦ୍ୱାରା ମାଷ୍ଟର ଟ୍ରେନର ମାନଙ୍କୁ ପ୍ରଶିକ୍ଷଣ କରାଯାଇଥିଲା । ଏଥିରେ ମାନବ ଅଧିକାର ସେବା ସମିତି (MASS) ର କର୍ମକର୍ତ୍ତା ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସୂଚାରୁ ଭାବରେ ପରିଚାଳନା କରିଥିଲେ । ପରିଶେଷରେ ପ୍ରକଳ୍ପ ସଂଯୋଜକ ଶ୍ରୀ କିରଣ କୁମାର ଦାଶ ଏବଂ ଜିଲ୍ଲା ସଂଯୋଜକ ଶ୍ରୀ ସୁଦିପ୍ କୁମାର ସାହୁ ଧନ୍ୟବାଦ୍ ଜଣାଇ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।