Advertisements
Monday, July 6, 2020
Home Death Case ପଣ୍ଡକୁଳ ଅନାଥ ଆଶ୍ରମର ଶୌଚାଳୟ ରେ ଜଣେ ଅନ୍ତେବାସୀ ଛାତ୍ରୀଙ୍କ ଆତ୍ମହତ୍ୟା

ପଣ୍ଡକୁଳ ଅନାଥ ଆଶ୍ରମର ଶୌଚାଳୟ ରେ ଜଣେ ଅନ୍ତେବାସୀ ଛାତ୍ରୀଙ୍କ ଆତ୍ମହତ୍ୟା

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //
କଳାହାଣ୍ଡି (୨୫।୬): କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ଥାନା ଅନ୍ତର୍ଗତ ଡ଼ଃ ବି ଆର ଆମ୍ବେଦକର ଅନାଥ ଆଶ୍ରମରେ ଏକ ଶୌଚାଳୟ ରେ ଏକ ଅନ୍ତେବାସୀ ଛାତ୍ରୀ ରସି ଲଗାଇ ଆତ୍ମହତ୍ୟା କରିବା ଘଟଣା ସାଧାରଣ ରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଚିଚିଆ ପଂଚାୟତ ସ୍ଥିତ ପଣ୍ଡକୁଳ ଗ୍ରାମର ଡ଼ଃ ବି ଆର ଆମ୍ବେଦକର ଅନାଥ ଆଶ୍ରମରେ ଜଣେ ଅନ୍ତେବାସୀ ଛାତ୍ରଛାତ୍ରୀ ଶୌଚାଳୟ ରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅନ୍ତେବାସୀ ଛାତ୍ରୀ ଜଣକ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଠନଟ ଗ୍ରାମର ହୋଇଥିବା ବେଳେ ଅନେକ ବର୍ଷ ତଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ମାଁ ମଧ୍ୟ ଝିଅ କୁ ଛାଡି କେଉଁଆଡ଼େ ଚାଳି ଯାଇଛନ୍ତି । ବାପା ମାଁ ଛେଉଣ୍ଡ ହୋଇଥିବାରୁ ତାଙ୍କୁ ପରିବାର ଲୋକେ ଅନାଥ ଆଶ୍ରମରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଆଶ୍ରମରେ ଦଶପୁର ପୋଲିସ ଫାଣ୍ଡି ଅଧିକାରି ଓ ଗୋଳାମୁଣ୍ଡା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଏହି ଅନାଥ ଆଶ୍ରମର ଅଧ୍ୟକ୍ଷ ଆଗରୁ ମଧ୍ୟ ବହୁ ବାଦ ବିବାଦରେ ଛନ୍ଦି ହୋଇଥିଲେ । ବର୍ତ୍ତମାନ ଜଣେ ଛତ୍ରୀ ଆତ୍ମହତ୍ୟା କରିବା ପରେ ଅନାଥ ଆଶ୍ରମ ଏବେ ସନ୍ଦେହ ଘେରକୁ ଚାଲି ଆସିଛି । ଛାତ୍ରୀ ଜଣକ କାହିଁକି ଆତ୍ମହତ୍ୟା କଲେ ନା ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରାଯାଉଛି ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ପରିବାର ଲୋକେ ଦାବୀ କରିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: