1. Big News : ଛାତ୍ରୀନିବାସ ନିର୍ମାଣରେ ଅନିୟମିତତା ପ୍ରସଙ୍ଗ, ମକୁନ୍ଦପୁର ସେବାଶ୍ରମରେ ଭିଜିଲାନ୍ସ ଟିମର ଯାଞ୍ଚ

0
109
ଛାତ୍ରୀନିବାସ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୁବର୍ଣ୍ଣପୁର, (୨୦/୦୭) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ମକୁନ୍ଦପୁର ସେବାଶ୍ରମ ଛାତ୍ରୀ ନିବାସ ନିର୍ମାଣ କାମ ନିମ୍ନମାନର କରାଯିବା ସହ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି l ଜିଲ୍ଲା କାର୍ଯ୍ୟାଳୟ ( SC /ST ଉନ୍ନୟନ ବିଭାଗ ) ଚିଠି ସଂଖ୍ୟା ୧୧୧୧ ତା ୫/୭/୨୩ ଅନୁଯାୟୀ ସମ୍ବଲପୁର ଭିଜିଲାନ୍ସ ଏସପି ଙ୍କୁ ପତ୍ର ଲେଖିଥିଲେ l8873137a ef05 4b38 96ba e06a0b44a6ca 1. Big News : ଛାତ୍ରୀନିବାସ ନିର୍ମାଣରେ ଅନିୟମିତତା ପ୍ରସଙ୍ଗ, ମକୁନ୍ଦପୁର ସେବାଶ୍ରମରେ ଭିଜିଲାନ୍ସ ଟିମର ଯାଞ୍ଚ

ଛାତ୍ରୀନିବାସ ନିର୍ମାଣରେ ଅନିୟମିତତା ପ୍ରସଙ୍ଗ, ମକୁନ୍ଦପୁର ସେବାଶ୍ରମରେ ଭିଜିଲାନ୍ସ ଟିମର ଯାଞ୍ଚ : ଏହି ସ୍କୁଲ କୁ ଗସ୍ତ ପରେ 5 T ସଚିବ ଭି କେ ପାଣ୍ଡିଆନ ଙ୍କ ତଦନ୍ତ ନିର୍ଦ୍ଦେଶ ଏବଂ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ଚିଠି ପରେ ଗତକାଲି ସମ୍ବଲପୁର ଭିଜିଲାନ୍ସ ବିଭାଗ ର ଏକ ଟିମ ଛାତ୍ରୀନିବାସ ରେ ପହଂଚି ଯାଞ୍ଚ ଆରମ୍ଭ କରିଛନ୍ତି l

 

ଏହି କାମରେ ନିୟୋଜିତ ଭୁବନେଶ୍ୱର ଆଇ ଆର ସି ଭିଲେଜ ପ୍ଲଟ ନଂ.୧/୨୦୭ରେ ଥିବା ମେସର୍ସ ହିନ୍ଦୁସ୍ତାନ ଷ୍ଟିଲୱାର୍କ କନଷ୍ଟ୍ରକ୍ସନ ଲିମିଟେଡ଼ (ଏଚ ଏସ ସି ଏଲ )ନାମକ ଠିକା ସଂସ୍ଥା କେବିକେ ଜିଲ୍ଲା ପାଇଁ ୨୦୧୭ – ୧୮ ରେ ସ୍ୱତନ୍ତ୍ର RLTAP ଯୋଜନା ରେ ମକୁନ୍ଦପୁର ଆଶ୍ରମ ସ୍କୁଲ ର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ କରିଥିଲା l ସରକାରଙ୍କ MOU ଅନୁଯାୟୀ ଏହାର ବ୍ୟୟ ଅଟକଳ ୮୦ ଲକ୍ଷ ରହିଥିଲା l ନିର୍ମାଣ ଶେଷ ପରେ ଗତ ୬/୧୧/୨୦୨୦ରେ ସଂସ୍ଥା ର ସାଇଟ ଇଞ୍ଜିନିୟର ସୌରଭ ଦେ ଉକ୍ତ ଛାତ୍ରୀ ନିବାସ କୁ ସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କୁ ହସ୍ତାନ୍ତର କରିଥିଲେ l ଏଥିରେ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି l3a3ca90f 6ea4 4934 906f 584785723963 1. Big News : ଛାତ୍ରୀନିବାସ ନିର୍ମାଣରେ ଅନିୟମିତତା ପ୍ରସଙ୍ଗ, ମକୁନ୍ଦପୁର ସେବାଶ୍ରମରେ ଭିଜିଲାନ୍ସ ଟିମର ଯାଞ୍ଚ

ତେଣୁ ନିର୍ମାଣକାରୀ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଶ୍ରୀ ରାୟ ସମ୍ବଲପୁର ଭିଜିଲାନ୍ସ ଏସପି ଙ୍କୁ ଚିଠି ଲେଖିଥିଲେ l ସମ୍ପୃକ୍ତ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆତ୍ମସାତ ହୋଇଥିବା ଅର୍ଥ ଅସୁଲ କରିବା ପାଇଁ ସେ ଅନୁରୋଧ କରିଥିଲେ l ଏହାପରେ ଭିଜିଲାନ୍ସ ଟିମ ତଦନ୍ତ ଆରମ୍ଭ କରିଛି l ପ୍ରକାଶ ଥାଉକି ଗତ ୪ ତାରିଖ ଦିନ 5 T ସଚିବ ଭି କେ ପାଣ୍ଡିଆନ ସୁବର୍ଣ୍ଣପୁର ଜିଲ୍ଲା କୁ ଗସ୍ତ ରେ ଆସିଥିଲେ l ଏହି ଗସ୍ତ ସମୟରେ ମକୁନ୍ଦପୁର ଆଶ୍ରମ ସ୍କୁଲ ପରିଦର୍ଶନ କରି ଅନୁସୂଚିତ ଜାତି ବର୍ଗ ର ବାଳିକା ଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ l ପରେ ସେ ସେଠାରେ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ର ସ୍ଥିତି ଅନୁଧ୍ୟାନ କରିଥିଲେ l

ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ବେଳେ ସେଠାରେ ଲାଗିଥିବା ଝରକା, କବାଟ ଗୁଡିକ ଅତ୍ୟନ୍ତ ନିମ୍ନମାନର ବୋଲି ହୃଦୟଙ୍ଗମ କରି ଛାତ୍ରୀନିବାସ ନିର୍ମାଣ କରିଥିବା ସଂସ୍ଥା ବିରୋଧ ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଦେଇଥିଲେ l ଭିଜିଲାନ୍ସ ବିଭାଗ ର ବୈଷୟିକ ଟିମ ଏହାର ତଦନ୍ତ କରୁଥିବା ସୂଚନା ମିଳିଛି l