Friday, March 29, 2024

Top 5 This Week

Related Posts

1. Big News : ଗାଡିରୁ ୩୦ କେଜି ଗଞ୍ଜେଇ ଜବତ ସହ ୩ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୁବର୍ଣ୍ଣପୁର, (୨୦/୦୭): ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ଆଜି ପୁଣି ଏକ ଗଂଜେଇ ବୋଝେଇ ଗାଡି ରୁ ୩୦ କେଜି ଗଞ୍ଜେଇ ସହିତ ତିନିଜଣ ଗଂଜେଇ ବେପାରୀକୁ ଗିରଫ କରିବାରେ ସଫଳ ହୋଇଛି ।7f7f5a8b cb68 448b bd1a 87825b958300 1. Big News : ଗାଡିରୁ ୩୦ କେଜି ଗଞ୍ଜେଇ ଜବତ ସହ ୩ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ଗାଡିରୁ ୩୦ କେଜି ଗଞ୍ଜେଇ ଜବତ ସହ ୩ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ : ଆଜି ପାହାନ୍ତିଆରୁ ବୌଦ୍ଧ ଜିଲ୍ଲାର ଶଗଡା ଅଂଚଳରୁ ଏକ ଗଂଜେଇ ବୋଝେଇ ମହିନ୍ଦ୍ରା ଗାଡି ସୁବର୍ଣ୍ଣପୁର ସହର ପାର ହୋଇ ବିନିକା ରାସ୍ତାରେ ଯାଉଥିବା ବେଳେ ଅବକାରୀ ବିଭାଗର କର୍ମଚାରୀମାନେ ଗାଡି ଉପରେ ଚଢାଉ କରିଥିଲେ । ଗାଡିଟି ବାହାର ପ୍ରଦେଶ ନମ୍ବର ଥିବା ବେଳେ ଗାଡିଟି ଦ୍ରୁତ ଗତିରେ ଯାଉଥିବା ବେଳେ ଅବକାରୀ କର୍ମଚାରୀମାନେ ସଂଦେହ କରି ଗାଡିଟିକୁ ଅଟକାଇଥିଲେ । ଗାଡି ତଲାସୀ କରିବାରେ ଦୁଇଟି ଜରିବସ୍ତାରେ ଗଂଜେଇ ଥିବା ଦେଖିବାକୁ ପାଇଥିଲେ ।

ଦୁଇଟି ଜରିବସ୍ତାରେ ୩୦ କେଜି ଗଂଜେଇ ଚୋରା ଚାଲାଣ କରି ନେଉଥିବା ଜଣା ପଡିଲା । ତେବେ ଅବକାରୀ କର୍ମଚାରୀମାନେ ଗଂଜେଇ ବୋଝେଇ ଗାଡିରୁ ୩୦ କେଜି ଗଞ୍ଜେଇ ଜବତ ସହିତ ତିନି ଜଣ ଆନ୍ତଃ ରାଜ୍ୟ ଗଂଜେଇ ବେପାରୀଙ୍କୁ ଗିରଫ କରିଛନ୍ତି । ଗିରଫ ଶନି କୁମାର ,ମୁକେଶ କୁମାର ଦୁଇ ଜଣ ବେପାରୀ ବିହାର ପ୍ରଦେଶର ହୋଇଥିବା ବେଳେ ଗିରଫ ଅନ୍ୟଜଣେ ଅଭିଯୁକ୍ତ ଅନିଲ ପାଣ୍ଡେ ଝାରଖଣ୍ଡ ପ୍ରଦେଶର ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles