1. Big News: ଥାନା ଅଧିକାରୀ ସହ ତିନି ଜଣ କନେଷ୍ଟବଳଙ୍କ ବିଦାୟ କାଳୀନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
71
ଥାନା

ରିପୋର୍ଟ: ଲୋକନାଥ ସାହୁ //
ଗୁଡ଼ାରୀ (୨୦/୦୭) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକରେ ଥିବା ଥାନା ଭାରପ୍ରାପ୍ତ ଅଧିକାରି ସହ ତିନିଜଣ କନେଷ୍ଟବଳଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।

ଗୁଡ଼ାରୀ ଥାନାର ଅତିରିକ୍ତ ଅଧିକାରୀ ଶ୍ରୀଯୁକ୍ତ ଗୟା ମୁଦିନ ଖାନ୍ ଙ୍କ ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଗୁଡ଼ାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମୁରଲୀ କୃଷ୍ଣ ପଣ୍ଡା, ଗୁଡ଼ାରୀ ରେଞ୍ଜର ଶ୍ରୀଯୁକ୍ତ ଗଙ୍ଗାଧର ମିଶ୍ର , ରାମନା ଗୁଡ଼ା ଥାନାଅଧିକାରୀ ଶ୍ରୀମତି ସୁନୀତା ବେହେରା ମଞ୍ଚାସିନ ହୋଇଥିବା ଦେଖିବାକୁ ମିଳିଥିଲା । ଏଥି ସାଙ୍ଗକୁ ଗୁଡ଼ାରୀ ଅଞ୍ଚଳର ମାନ୍ୟ ଗନ୍ୟ ବ୍ୟକ୍ତି, ଦଳୀୟ କର୍ମୀ ଏବଂ ଗୁଡ଼ାରୀ ସାମ୍ୱାଦିକ ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି ଉତ୍ସବରେ ଥାନାଅଧିକାରୀ ଶ୍ରୀଯୁକ୍ତ ଦୀନବନ୍ଧୁ ଶବରଙ୍କୁ ଉପଢକନ୍ ସହ ଉପହାର ପ୍ରଦାନ କରି ତାଙ୍କ ଆଠ ମାସ କାର୍ଯ୍ୟ ଦକ୍ଷତା ଉପରେ ଆଲୋକ ପାତ୍ କରାଇଥିଲେ ।ଥାନା

ସେହିଭଳି ତିନିଜଣ କନେଷ୍ଟବଳଙ୍କୁ ମଧ୍ଯ ଉପଢକନ ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ । ଗୁଡ଼ାରୀ ଥାନାଅଧିକାରୀଙ୍କୁ ମାଲକାନଗିରି ହୋଇଥିବା ସେ ଜଣାଇଛନ୍ତି । ସେହିଭଳି ତିନିଜଣ କନେଷ୍ଟବଳ ହେଲେ ଶ୍ରୀକାନ୍ତ ସାହୁଙ୍କୁ ରାୟଗଡ଼ା ଟ୍ରାଫିକ, ଦୃଜ୍ୟ ସାଉଣ୍ଟୀଆଙ୍କୁ ପୂଟାସିଂ ହୋଇଥିବା ବେଳେ ଭୁବୁନି ଶବରଙ୍କୁ ଦରାଗୁଡ଼ା ଥାନା ହୋଇଥିବା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଏସାଇ ଜ୍ଞାନେନ୍ଦ୍ର ସାହୁ ଏବଂ ଥାନାର ସମସ୍ତ କନଷ୍ଟେବଳ ଓ ଗୃହରଖି ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।