Friday, March 29, 2024

Top 5 This Week

Related Posts

1. Big News: ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ୨୦୨୩ ପାଳିତ

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡ:-ତା.୧୯/୭/୨୦୨୩ ରିଖ ସ୍ଥାନ-ଟାଉନ ହଲ,ଗୁଣୁପୁର ଠାରେ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ୨୦୨୩ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା (ମାନ୍ୟବର କ୍ୟାବିନେଟ ମନ୍ତ୍ରୀ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଓଡ଼ିଶା ସରକାର ଏବଂ MLA, ବିଷମକଟକ), ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ (ମାନ୍ୟବର ବିଧାୟକ, ଗୁଣୁପୁର), ଶ୍ରୀମତୀ ମମତା ଗୌଡ଼ (ଅଧ୍ୟକ୍ଷ, ଗୁଣୁପୁର ବିଜ୍ଞାପିତ ପରିଷଦ), ସୁଶ୍ରୀ ସରସ୍ବତୀ ମାଝୀ (ଅଧ୍ୟକ୍ଷ, ଜ଼ିଲ୍ଲା ପରିଷଦ), ଶ୍ରୀମତୀ ଅନଶୁୟା ମାଝୀ (ଅଧ୍ୟକ୍ଷ, ସ୍ୱତନ୍ତ୍ର ବିକାଶ ପରିଷଦ, ରାୟଗଡା), ଧବଳେଶ୍ବର ନାଇଡୁ (ଜିଲ୍ଲା ପରିଷଦ, କୋଲନରା), ଟି. ଅଂକେଟି (ସଭ୍ୟ, ସ୍ୱତନ୍ତ୍ର ବିକାଶ ପରିଷଦ, ରାୟଗଡା), ଶୁଭ୍ରଞ୍ଜଳି ପ୍ରଧାନ ( ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୁଣୁପୁର ବ୍ଲକ, ରାୟଗଡା), ଶ୍ରୀମତୀ ଯସ୍ମୀନ ଶୁଭଦର୍ଶିନୀ ସାହୁ (ଜିଲ୍ଲା ଶ୍ରମ ଅଧିକାରୀ, ରାୟଗଡ଼ା), ଶ୍ରୀମତୀ ଶାନ୍ତିପ୍ରଭା ପ୍ରଧାନ (ପ୍ରକଳ୍ପ ନିର୍ଦ୍ଦେଶକ, ସମନ୍ବିତ ଆଦିବାସୀ ଉର୍ଣ୍ଣୟନ ସଂସ୍ଥାନ), ଶ୍ରୀଯୁକ୍ତ ଅର୍ଜ୍ଜୁନ ଶବର (ସଭ୍ୟ, ସ୍ୱତନ୍ତ୍ର ବିକାଶ ପରିଷଦ, ରାୟଗଡା), ଶ୍ରୀଯୁକ୍ତ ଜୋନାମ ଶବର (ସଭ୍ୟ, ସ୍ୱତନ୍ତ୍ର ବିକାଶ ପରିଷଦ, ରାୟଗଡା) ଆଦି ଯୋଗଦାନ କରି ନିର୍ମାଣ ଶ୍ରମିକ ମାନଙ୍କୁ ଉତ୍ସାହିତ କରିଥିଲେ lef430f9d c51b 48b0 a3c0 26a5b7f95078 1. Big News: ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ୨୦୨୩ ପାଳିତ

ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର – ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତି ଯସ୍ମୀନି ଶୁଭଦର୍ଶିନୀ ସାହୁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ଜିଲ୍ଲାରେ ପଞ୍ଜୀକୃତ ସଂଘଠିତ ଓ ଅନସଙ୍ଘଠିତ ଶ୍ରମିକ ମାନଂକ ତାଲିକା ଉପସ୍ଥାପନ କରିବାସହ ସେମାନଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସହାୟତା ସମ୍ବନ୍ଧରେ ଉପସ୍ଥାପନ କରିଥିଲେ l ରାୟଗଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଆଜି ପର୍ଯ୍ୟନ୍ତ ମୋଟ ୧,୦୧,୬୧୨ ଜଣ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ରାୟଗଡା ଜିଲ୍ଲାରେ ୨୦୨୨-୨୦୨୩ ଆର୍ଥିକ ବର୍ଷରେ ମୋଟ ୨,୩୭,୪୭,୪୧୮ ଟଙ୍କା ଲେବର ସେସ୍ ଆଦାୟ କରାଯାଇଅଛି ।

୨୦୨୩-୨୦୨୪ ଆର୍ଥିକ ବର୍ଷରେ ଶ୍ରମିକ ମାନଙ୍କୁ ପ୍ରଦାନ କରିଥିଲେ ଯଥା ଶିକ୍ଷା ସହାୟତା ୫୦ ଜଣ ହିତାଧିକାରୀଙ୍କୁ ୨,୫୬,୨୦୦/-,ସେହିପରି ୬୩ ଜଣଙ୍କୁ ବିବାହ ସହାୟତା ୩୦,୫୦,୦୦୦/-, ପ୍ରସୂତୀକାଳିନ ସହାୟତା ୮ ଜଣକୁ ୮୦,୦୦୦/-ଟଙ୍କା, ମୃତ୍ୟୁ ଓ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ପାଇଁ ୨୫୯ଜଣକୁ ୨,୫୨,୭୬,୦୦୦/- ସର୍ଵମୋଟ ୩୮୦ ଜଣ ହିତାଧିକାରୀଙ୍କୁ ଟ ୨,୮୬,୬୨,୨୦୦/-ଙ୍କା ପ୍ରଦାନ କରାଯାଇଥିବା ସ୍ଥଳେ ଆଜି ତା ୧୯/୦୭/୨୦୨୩ ରିଖ ରେ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ରାଶି ବଣ୍ଟନ ଶିବିରରେ ୧୫ ଜଣ ପଞ୍ଜିକୃତ ହିତାଧିକାରୀଙ୍କ ଉତ୍ତରାଧିକାରୀ ଙ୍କୁ ମୃତ୍ୟୁ ଓ ଅନ୍ତେଷ୍ଟି କ୍ରିୟା ଜନିତ ସହାୟତା ରାଶି ସ୍ୱରୂପ ଟ ୨୯,୭୫,୦୦୦/-, ୧୩ ଜଣ ପଞ୍ଜିକୃତ ହିତାଧିକାରୀଙ୍କ ସନ୍ତାନ ସନ୍ତତି ଙ୍କ ଶିକ୍ଷା ନିମନ୍ତେ ଟ ୧,୮୦,୦୦୦/-, ୧୩ ଜଣ ପଞ୍ଜିକୃତ ହିତାଧିକାରୀଙ୍କ କନ୍ୟା ସନ୍ତାନ ଙ୍କ ବିବାହ ସହାୟତା ନିମନ୍ତେ ଟ ୬,୫୦,୦୦୦/- ସର୍ବମୋଟ ୩୧ ଜଣ ହିତାଧିକାରୀ ଙ୍କୁ ଟ ୩୮,୦୫,୦୦୦/- ପ୍ରଦାନ କରାଯାଇଛି । ସେହିପରି ୩୦ ଜଣ ନିର୍ମାଣ ଶ୍ରମିକ ଙ୍କୁ ନୂତନ ପଞ୍ଜିକରଣ ପରିଚୟ ପତ୍ର ପ୍ରଦାନ କରାଯାଇଛି ।

ସେହିପରି ଓଡିଶା ଅଣ ସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ, ଭୁବନେଶ୍ୱର, ଜିଲ୍ଲା ରାୟଗଡା ପଞ୍ଜିକୃତ ହୋଇଥିବା ଅଣ ସଙ୍ଗଠିତ ଶ୍ରମିକ ବର୍ଗର ତାଲିକl ପଞ୍ଜିକୃତ ହୋଇଥିବା ଅଣ ସଙ୍ଗଠିତ ଶ୍ରମିକ ବୁଲା ବିକାଳି ୫୭୭ଜଣ, କ୍ଷୁଦ୍ରବେପାରୀ ୧୦୫୧ଜଣ, ଘରୋଇ ଶ୍ରମିକ ୬୮୬ଜଣ, ରିକ୍ସା ଚାଳକ ୧୯ଜଣ,ଅଟୋ ଚାଳକ ୪୨୯ଜଣ,ମୋଚି ୦୨ଜଣ,କୃଷି ଶ୍ରମିକ ୪୭୯୭ ଜଣ,ଜଙ୍ଗଲ ଶ୍ରମିକ ୪୩୯ଜଣ,ଖବର କାଗଜ ବିକାଳି ୮୦ଜଣ ସଫେଇ ବାଲା ୫୩ଜଣ ମୋଟ ୮୧୩୩ ଜଣ ଅଛନ୍ତି | ରାୟଗଡା ଜିଲ୍ଲାରେ ଅଣ ସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡରେ ଆଜି ପର୍ଯ୍ୟନ୍ତ ମୋଟ ୪୪,୦୦,୦୦୦/- ଟଙ୍କା ୪୪ ଜଣ ଅଣ ସଙ୍ଗଠିତ ଶ୍ରମିକଙ୍କୁ ମୃତ୍ୟୁ କାଳୀନ ସହାୟତା ପ୍ରଦାନ କରାଯାଇଅଛି ।

ରାୟଗଡା ଜିଲ୍ଲାରେ ଅଣ ସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡରେ ଆଜି ପର୍ଯ୍ୟନ୍ତ ମୋଟ ୮୧୩୩ ଜଣ ଅଣ ସଙ୍ଗଠିତ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ଶେଷରେ ସହକାରୀ ଶ୍ରମ ଅଧିକାରୀ ସ୍ୱତୀ ଲଗ୍ନା ପାଦ୍ରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

1 COMMENT

Comments are closed.

Popular Articles