Saturday, August 8, 2020
Home Uncategorized କରୋନା ଯୋଦ୍ଧା ଡାକ୍ତର, ନର୍ସ, ପୋଲିସ ଅଧିକାରୀ, ସାମ୍ବାଦିକ, ଅଙ୍ଗନୱାର୍ଡ କର୍ମୀ, ଆଶା ଦିଦି ଙ୍କୁ...

କରୋନା ଯୋଦ୍ଧା ଡାକ୍ତର, ନର୍ସ, ପୋଲିସ ଅଧିକାରୀ, ସାମ୍ବାଦିକ, ଅଙ୍ଗନୱାର୍ଡ କର୍ମୀ, ଆଶା ଦିଦି ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (ତା ୨୬ ୵ ୬ ୵ ୨୦୨୦): କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ଦେବାକୁ ଭାରତ ବର୍ଷର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କୁ ଗ୍ରହଣ କରି ପଦ୍ମପୁର ର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।

ଗତ କାଲି ମେଲଛାମୁଣ୍ଡା ହସପିଟାଲ ପରିସରରେ ଏଭଲି ଏକ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମରେ ସାମିଲ ହୋଇ ଡାକ୍ତର, ହସପିଟାଲ ଷ୍ଟାଫ୍, ପୋଲିସ ଅଧିକାରୀ, ଅଙ୍ଗନୱାର୍ଡ କର୍ମୀ, ଆଶା ଦିଦି,ସରପଞ୍ଚ, ସାମ୍ବାଦିକ,ଚାଷୀ ମାନଙ୍କୁ ପାଦ ଧୋଇ ସମ୍ବର୍ଦ୍ଧିତ କରିବା ସହ ପୂର୍ବତନ ବିଧାୟକ ସମସ୍ତଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ ।

ସମ୍ବର୍ଦ୍ଧିତ ହୋଇ ଥିବାର ବ୍ଯକ୍ତିମାନଙ୍କ ମଧ୍ୟରେ ସରକାରୀ ହସପିଟାଲ ଡା ଆଦିତ୍ଯ ଭୋଇ,ଡା ଦେବାଶିଷ ରଥ,ମେଲଛାମୁଣ୍ଡା ପୋଲିସ ଅଧିକାରୀ ସ୍ବରାଣୀ ଗୋଛାୟତ,ପ୍ରମୋଦ କୁମାର ସାହୁ,ସରପଞ୍ଚ ଶ୍ରୀମତୀ ସୁନିତା ବରିହା,ବରିଷ୍ଠ ସାମ୍ବାଦିକ ସର୍ବ ଶ୍ରୀ ମନୋଜ ଭୋଇ,ଶିବ ଶଙ୍କର ବିଶ୍ବାଳ,ସଂଜୀବ ମେହେର,ବୟୋଜୈଷ୍ଠ କୃଷକ ଅମର ପ୍ରଧାନ,ଜୟଦେବ ଭୋଇଙ୍କ ସମେତ ୩ଟି ଗ୍ରା:ପ:ର ସମସ୍ତ ଅଙ୍ଗନୱାର୍ଡ କର୍ମୀ, ଆଶା ଦିଦି,ଏଏନଏମ ସମସ୍ତ ସାମିଲ ହୋଇଥିଲେ । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପୂର୍ବରୁ ଚୀନ ସୀମାନ୍ତରେ ଦେଶର ସୀମାକୁ ସୁରକ୍ଷିତ ରଖି ସହିଦ୍ ହୋଇଥିବା ସୈନ୍ଯ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଦିଆଯିବା ସହ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ସର୍ବ ଶ୍ରୀ ସୁନୀଲ ଭୋଇ,ଭକ୍ତ ବନ୍ଧୁ ସେଠ,ରବି ହୋତା,ନିମାଇଁ ଚରଣ ପଣ୍ଡା, ଦୁଃଖିଶ୍ଯାମ ବାରିକ,ଇଂ କୁନାଲ ପାଣିଗ୍ରାହୀ ପରିଚାଳନା କରିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: