1. Big News : ଅଜଣା ଗାଡ଼ି ଧକ୍କାରେ ଶିକ୍ଷକ ଶିକ୍ଷୟତ୍ରୀ ଆହତ

0
109
ଅଜଣା

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା, (୨୦/୦୭) : ରାୟଗଡା ଜଗନ୍ନାଥପୁର ୟୁପି ସ୍କୁଲ୍ ଶିକ୍ଷୟତ୍ରୀ ବାସନ୍ତୀ ଲତା ନାୟକ ଏବଂ ଶିକ୍ଷକ ଜଣକ ହେଲେ କୈଳାଶ ଚନ୍ଦ୍ର ମହାରଣା ଜିମିଡିପେଟା ର ସୁଲଭଇ ସ୍କୁଲ୍ ର ବୋଲି ଜଣା ପଡିଛି।93fd0522 c0ed 4985 9033 5ed1444889d5 1. Big News : ଅଜଣା ଗାଡ଼ି ଧକ୍କାରେ ଶିକ୍ଷକ ଶିକ୍ଷୟତ୍ରୀ ଆହତ

ଅଜଣା ଗାଡ଼ି ଧକ୍କାରେ ଶିକ୍ଷକ ଶିକ୍ଷୟତ୍ରୀ ଆହତ : ରାୟଗଡା ମୁଖ୍ୟ ଚିକିତ୍ସାଳୟ ରେ ଥିବା ହେଲ୍ପ ଡେସ୍କ ସେଣ୍ଟର୍ ରୁ ସୁଚନା ମିଳିଛି । ସୁଚନା ମୁତାବକ ଆଜି ସକାଳେ ଶିକ୍ଷକ ଶିକ୍ଷୟତ୍ରୀ ଦୁହେଁ ବାଇକ୍ ଦ୍ଵାରା ନିଜ ନିଜର ସ୍କୁଲ୍ କୁ ଯାଉଥିବା ସମୟରେ ଭାରତ ବ୍ୟାକେରି ସମ୍ମୁଖରେ ପଛଆଡୁ ଅଜଣା ଗାଡ଼ି ବାଇକଟି କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଦୁହେଁ ବାଇକ୍ ଦ୍ଵାରା କିଛି ଦୂର ଘଷାଡ଼ି ହୋଇପଡି ଯାଇଥିବା ଦେଖିଥିଲେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ସୁଦ୍ଧା ସ୍ପିଡ୍ ବ୍ରେକର ବ୍ୟବସ୍ତା କିମ୍ବା ଯାନ ବାହନ ର ଗତି ନିୟନ୍ତ୍ରଣ ପାଇଁ କୌଣସି ଠସ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଆଗାମୀ ଦିନରେ ଯଦି ଏହିଭଳି ବାରମ୍ବାର ଦୁର୍ଘଟଣା ଘଟିବା ଦେଖିବା ପାଇଁ ମିଳେ, ତେବେ ସ୍ଥାନୀୟ ଅଞ୍ଚଳର ଲୋକ ରାସ୍ତା ଅବରୋଧ କରିବୁ ବୋଲି ଚେତାବନୀ ଦେଇଛନ୍ତି ।