Friday, August 14, 2020
Home District News ଟୋଲ ର ଉଚିତ୍ ମୂଲ୍ୟ ପାଇ ପାରୁ ନାହାନ୍ତି ଆଦିବାସୀ, ମାଲକାନଗିରି

ଟୋଲ ର ଉଚିତ୍ ମୂଲ୍ୟ ପାଇ ପାରୁ ନାହାନ୍ତି ଆଦିବାସୀ, ମାଲକାନଗିରି

ରିପୋର୍ଟ୍ : ଜଗନ୍ନାଥ ଦଳେଇ //
ଖଇରପୁଟ (୨୬/୦୬): ମାଲକାଗିରିରେ ଜିଲ୍ଲା,ଖଇରପୁଟ ଅଞ୍ଚଳରେ ବର୍ତ୍ତମାନ ମହିଳା ଫୁଲ ସରିବା ପରେ ଆରମ୍ଭ ହାଇଯାଇଛି ଟୋଲ। ମହୁଲ ଗଛ ହେଉଛି ଆଦିବାସୀ ମାନଙ୍କର ରୋଜଗାର ଗଛ। ଏହି ଗଛ ବର୍ଷରେ ଦୁଇ ଥର ଆଦିବାସୀ ମାନଙ୍କୁ ଯୋଗାଇଥାଏ ରୋଜଗାର।

ପ୍ରଥମେ ମହୁଲ ଫୁଲ ହୋଇଥାଏ। ତାହାକୁ ସଂଗ୍ରହ କରି ତାହାକୁ ବିକ୍ରି କରି ଦୁଇ ପଇସା ପାଇଥାନ୍ତି। ବର୍ତ୍ତମାନ ମହୁଲଫୁଲ ପରେ ଟୋଲ ଆରମ୍ଭ ହୋଇ ଯାଇଛି। ତାହାକୁ ସଂଗ୍ରହ କରିବାକୁ ଲାଗିପଡିଛନ୍ତି ଆଦିବାସୀ।ଟୋଲ ରୁ ତେଲ ବାହାରି ଥିବାରୁ ବଜାରରେ ଏହାର ଚାହିଦା ବେଶୀ ରହିଛି। ଏହାର ଚାହିଦା ବେଶୀ ରହିଥିଲେ ମଧ୍ୟ ସରକାର ତରଫରୁ ଏହାର ବିକ୍ରି ପାଇଁ ପଞ୍ଚୟତସ୍ତରରେ କୌଣସି ବ୍ୟବସ୍ଥା ନ ଥିବାରୁ ଆଦିବାସୀ ମାନେ, କ୍ଷତି ସହିବାକୁ ପଡୁଛି।

ଏହାର ସୁଯୋଗ ନେଇ ବେପାରୀମାନେ ଗାଁ ଗାଁ ଓ ଘର ଘର ଯାଇ ସେମାନଙ୍କଠାରୁ ୨୦ ରୁ ୨୫ ଟଙ୍କା ଦରରେ ଟୋଲ କିଣି ବାହାର ରାଜ୍ୟ ରେ ଅଧିକ ଦାମ୍ ରେ ବିକ୍ରି କରି ମାଲମାଲ୍ ହେଉଛନ୍ତି। ମେ ମାସ ର ମଧ୍ୟ ଭାଗରେ ମହୁଲ ସରିବା ପରେ ଗଛରେ ଟୋଲ ଆସିଥାଏ। ବିଭିନ୍ନ ଆଦିବାସୀ ଗାଁ ଗୁଡିକରେ ମହିଳା ମାନେ ପିଲାଛୁଆଙ୍କୁ ସାଥିରେ ନେଇ ସକାଳୁ ସକାଳୁ ଟୋଲ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥାନ୍ତି। ଟୋଲ ସଂଗ୍ରହ କରୁଥିବା ସମୟରେ, ବେଳେ ବେଳେ କେତେକ ହିଂସ ଜନ୍ତୁଙ୍କ ସାମ୍ନା କରିବାକୁ ପଡ଼ିଥାଏ। ଟୋଲ କୁ ଆଣି ସେଥିରେ ଚୋପା ଛଡେଇ ଖରାରେ ଶୁଖାଇ ଥାନ୍ତି । ଟୋଲ ମଞ୍ଜି ଭଲଭାବରେ ଶୁଖିଗଲା ପରେ ତାକୁ ପାରମ୍ପରିକ ପଦ୍ଧତିରେ ଗୁଣ୍ଡ କରି ସେଥିରୁ ତେଲ ବାହାର କରାଯାଇଥାଏ।ସେଇ ତେଲକୁ ଏକ ମାଟି ହାଣ୍ଡି ରେ ସାଇତି କରି ରଖିଥାନ୍ତି। ରୋଷେଇ ପାଇଁ ବର୍ଷସାରା ଟୋଲ ତେଲ ବ୍ୟବହାର କରିଥାନ୍ତି | ବ୍ୟବହାର ସକାଶେ ଟୋଲ ରଖିବା ପରେ ବଳକା ମଞ୍ଜି ବେପାରୀ ମାନଙ୍କୁ ବିକ୍ରି କରିଥାନ୍ତି। କିନ୍ତୁ ସରକାର ଆଜି ପର୍ଯ୍ୟନ୍ତ ଟୋଲ ଏବଂ ମହୁଲ ଫୁଲ ଉପଯୁକ୍ତ ମୂଲ୍ୟ ନିର୍ଦ୍ଧାରିତ କରି ନଥିବାରୁ ଗୋରିବ ଆଦିବାସୀମାନେ କ୍ଷେତି ସହିବାକୁ ପଡୁଛି। ଏହାର ସୁଯୋଗ ନେଇ ବେପାରୀ ମାନେ କିଲୋ ପ୍ରତି ୨୦ ରୁ୨୫ ଟଙ୍କା ଦେଇ ସେମାନଙ୍କଠାରୁ କମ ଦାମ୍ ରେ କିଣି ନେଉଛନ୍ତି। ଏହାକୁ ବିକ୍ରି କରି ସେମାନେ ମାଲାମାଲ ହୋଇ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଟୋଲ ଓ ମହୁଲ ଫୁଲର ଦର ନିର୍ଦ୍ଧାରଣ କରି ପଞ୍ଚୟତସ୍ତରାରେ କିଣା ବିକା ପାଇଁ ସୁବିଧା କଲେ ଆଦିବାସୀ ଉପକୃତ ହୋଇପାରିବେ ବୋଲି ଗ୍ରାମ ବାସି କହିଛନ୍ତି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: