1. Big News : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲାମାରି ଧାରଣା ଦେଲେ ଛାତ୍ର ଛାତ୍ରୀ

0
54
ଶିକ୍ଷକ ବଦଳି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୦/୦୭) : ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲରେ ତାଲାମାରି ଧାରଣାଦେଲେ ଛାତ୍ର ଛାତ୍ରୀ ଓ ଅଭିଭାବକ

ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲାମାରି ଧାରଣା ଦେଲେ ଛାତ୍ର ଛାତ୍ରୀ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗାଁ ପଞ୍ଚାୟତ ର ଶିମିଳିଯୋରା ବିଦ୍ୟାଳୟରେ ଆଜି ଏଭଳି କିଛି ପ୍ରତିବାଦରେ ତାଲା ପକାଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟର ୫ ଜଣ ଶିକ୍ଷକଙ୍କ ମଧ୍ୟରୁ ନିକଟରେ ପ୍ରଧାନ ଶିକ୍ଷକ ଅବସର ନେଇସାରିଛନ୍ତି । ବର୍ତ୍ତମାନ ବିଦ୍ୟାଳୟରେ ଥିବା ୪ ଜଣ ଶିକ୍ଷକଙ୍କ ମଧ୍ୟରୁ ପ୍ରେମ ରଞ୍ଜନ ଖଟୁଆ ନାମକ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଥିବାବେଳେ ତାଙ୍କୁ ଅନ୍ୟତ୍ର ବଦଳି ହୋଇଛି । ସେହିଭଳି ଅନ୍ୟ ଜଣେ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ଭାବରେ ବିଦ୍ୟାଳୟକୁ ବଦଳି ହୋଇଛି ।

ଏବେ ନୁଆଁକରି ପ୍ରଧାନ ଶିକ୍ଷକ ହିସାବରେ ବଦଳି ହୋଇଥିବା ଶିକ୍ଷକଙ୍କ ବଦଳି ବାତିଲ ସହ ବିଦ୍ୟଳୟରୁ ପଦୋନ୍ନତି ପାଇ ଅନ୍ୟ ବିଦ୍ୟଳୟକୁ ବଦଳି ହୋଇଥିବା ପ୍ରେମ ରଂଜନ ଖଟୁଆଙ୍କୁ ଶିମିଳିଯୋରା ବିଦ୍ୟଳୟରେ ପ୍ରଧାନ ଶିକ୍ଷକ ଭାବରେ ଅବସ୍ଥାପିତ କରିବାକୁ ଏବେ ଛାତ୍ର ଛାତ୍ରୀ ଓ ଅଭିଭାବକ ଦାବୀ କରିଛନ୍ତି । ଆଜି ଏନେଇ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲାମାରି ଧାରଣାରେ ବସିଛନ୍ତି ବିଦ୍ୟାଳୟର ଛାତ୍ର ଛାତ୍ରୀ । ଦାବୀ ପୁରଣ ନେହଲେ ଆଗକୁ ଆନ୍ଦୋଳନ ଯୋରଦାର କରିବାକୁ ଧମକ ଦେଇଛନ୍ତି ଉଭୟ ଛାତ୍ର ଛାତ୍ରୀ ଓ ଅଭିଭାବକ ।